34.1 C
Bhubaneswar
Friday, March 29, 2024
Homeଓଡିଶାସାମାଜିକ ଦୂରତ୍ୱ ନ ମାନିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ : ମୁଖ୍ୟମନ୍ତ୍ରୀ

ସାମାଜିକ ଦୂରତ୍ୱ ନ ମାନିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ଠାରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ୱକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏ ସଂପର୍କିତ ଏକ ଟ୍ୱିଟ୍ କରାଯାଇଛି।
ଏଥିରେ ଆହୁରି ଲେଖାଯାଇଛି ଯେ ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନକୁ ଏକ ଅପରାଧିକ କାର୍ଯ୍ୟ ଭାବେ ଗ୍ରହଣ କରାଯିବ। ସାମାଜିକ ଦୂରତ୍ୱ ନ ମାନିଲେ ସଂପୃକ୍ତ ଦୋକାନ ଓ ବଜାରକୁ ସିଲ୍ ମଧ୍ୟ କରିଦିଆଯିବ। ଏହାସହ କରୋନା ବିରୋଧୀ ଲଢ଼େଇରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ରବିବାର ଗୋଟିଏ ଦିନରେ ଭୁବନେଶ୍ୱରରେ ନୂଆ ୧୮ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସାମାଜିକ ଦୂରତ୍ୱ ନିୟମକୁ ଅଧିକ କଡ଼ାକଡ଼ା କରି ଦେଇଛନ୍ତି। ତେବେ ୩୯ ଜଣଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କରୋନା ସ୍ଥିତିର ମନିଟରିଂ କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏଥିରେ ଆହୁରି କୁହାଯାଇଛି ଯେ ସଂକ୍ରମିତ ଅଞ୍ଚଳରେ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଘର ଘର ବୁଲି ସର୍ଭେ କରୁଥିବା ଡାକ୍ତରଙ୍କ ସୁରକ୍ଷା କର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking