27.1 C
Bhubaneswar
Sunday, January 23, 2022
Homeଅପରାଧ୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ତେଲକୋଇ : ତେଲକୋଇ ଥାନା କରମଙ୍ଗି ପଞ୍ଚାୟତ କୃଷ୍ଣପୁର ଗାଁ ପୁରୁଣା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ପୁରୁଣା ସାହିର ଏକ ୬ବର୍ଷର ଶିଶୁ କନ୍ୟାକୁ ଉକ୍ତ ସାହିର ରାମା ନାଏକ(୨୦) ଘରକୁ ଟେକି ନେଇ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ସେକି ହେଉଥିବା ବେଳେ ଅଭିଯୁକ୍ତ ରାମା ବିସ୍କୁଟ ଓ କୁରକୁରିର ପ୍ରଲୋଭନ ଦେଖାଇ ନିଜ ଘରକୁ ଟେକି ନେଇଥିଲା । କନ୍ୟାର ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ପାଇ ନଥିଲେ । ରାମା ଝିଅକୁ ଟେକି ନେବା ସମୟରେ ତାର ସାଙ୍ଗମାନେ ଦେଖି ପରିବାରକୁ ଜଣାଇଥିଲେ ।

ପରିବାର ପକ୍ଷରୁ ସେହି ରାତିରେ ରାମା ଘରକୁ ଯାଇ ତାଙ୍କ ଘର ଲୋକଙ୍କୁ ପଚାରିଥିଲେ ମଧ୍ୟ ଆମ ଘରେ ନାହଁ ବୋଲି ଉତ୍ତର ମିଳିଥିଲା । ଆଜି ସକାଳେ ରାମା ଘରୁ କନ୍ୟାର ସାଙ୍ଗମାନେ ତାକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଘରକୁ ଆଣିଥିଲେ । ଶିଶୁକନ୍ୟାକୁ ରାତି ସାରା ଦୁଷ୍କର୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷରେ ଅଭିଯୁକ୍ତ ଜଣଙ୍କ ନାବାଳିକାର ପରିବାର ଲୋକକୁ ବାହାରେ ପ୍ରକାଶ କଲେ ତାକୁ ତଣ୍ଟି ଚିପି ମାରିଦେବେ ବୋଲି ଧମକ ଦେଇଛନ୍ତି । ଶିଶୁ କନ୍ୟାକୁ ପରିବାର ଲୋକେ ୧୦୮ଆମ୍ବୁଲାନ୍ସ ଯୋଗେ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଏନେଇ ଶିଶୁକନ୍ୟାର ମା’ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking