30.1 C
Bhubaneswar
Thursday, April 25, 2024
Homeଓଡିଶାଦଶହରାରେ ପରଦାକୁ ଆସିବ ‘ମହିଷାସୁର’

ଦଶହରାରେ ପରଦାକୁ ଆସିବ ‘ମହିଷାସୁର’

କଟକ: ଦଶହରା ପାଇଁ ସଜ ହେଉଛି କଟକ । ଅବଦୁଲ ବି ଲାଗି ପଡ଼ିଛି ତା’ କାମରେ । ତିନିପିଢ଼ି ଧରି ତାଙ୍କ ପରିବାର ତିଆରି କରୁଛନ୍ତି ଦୁର୍ଗାଙ୍କ ମେଢ଼ । କଟକର ଭାଇଚାରା ନିଆରା । ଇଦ୍‌ ହେଉ କି ଦୁର୍ଗାପୂଜା, ବଡ଼ଦିନ ହେଉ କି ପୋଙ୍ଗଲ୍‌³ କଟକିଆଙ୍କ ଆନନ୍ଦ ସମାନ ।

ଦିନେ ଏ ଆନନ୍ଦରେ କଣ୍ଟା ହେଇ ଠିଆ ହେଇଛି ମହିଷାସୁରଟିଏ । ସିଏ ଅବଦୁଲର ପୁଅ ସାହିଲ୍‌, ଯିଏ ପାକିସ୍ତାନରେ ଟ୍ରେନିଂ ନେଇ ଫେରିଥିବା ଜଣେ ଆତଙ୍କବାଦୀ । ଦୁର୍ଗାପୂଜାରେ କଟକରେ ଗୋଟେ ବଡ଼ ଧରଣର ବୋମା ବିସ୍ଫୋରଣର ଚକ୍ରାନ୍ତରେ ଲିପ୍ତ ଥିଲାବେଳେ, ଫେରାର ହେଇଯାଇଥିବା ସେଇ ମହିଷାସୁରଟି ପାଇଁ ହଠାତ୍‌ ଦୋହଲିବାକୁ ବସିଛି କଟକର ଭାଇଚାରା । ତା’ର ଫାଇଦା ଉଠେଇବାରେ ଲାଗିପଡ଼ିଛନ୍ତି ରାଜନୈତିକ ନେତା ଆଉ ମିଡ଼ିଆ । ଦୁନିଆ ଯୁଆଡ଼େ ଯାଉ ନେତା ଭୋଟ୍‌ ପାଇଁ, ମିଡିଆ ଟି.ଆର୍‌.ପି ପାଇଁ ନିଆଁରେ ଢାଳୁଛନ୍ତି ଘିଅ । କିନ୍ତୁ ହଜାର ବର୍ଷର ସହର କଟକ । ଭାଇଚାରାରେ ମଜବୁତ୍‌ ସେ ସହରର ମୂଳଦୁଆ । ସଚ୍ଚା କଟକିଆମାନେ ତାକୁ ଭାଙ୍ଗିବାକୁ ଦିଅନ୍ତିନି । ସେମାନଙ୍କ ଏକତା ଆଗରେ ପଣ୍ଡ ହୁଏ ସବୁ ଚକ୍ରାନ୍ତ ।

ଦଶହରା ସବୁ ବର୍ଷ ପରି ଜାକଜମକରେ ହୁଏ । ଅବଦୁଲର ହାତ ତିଆରି ମେଢ଼ରେ ଶୋଭାପାଆନ୍ତି ଦୁର୍ଗା ମା’ । ଆଉ ମାଆଙ୍କ ସାମ୍ନାରେ ଅବଦୁଲ୍‌ର ଝିଅ ହିଁ ତା’ ଆତଙ୍କବାଦୀ ଭାଇକୁ ହତ୍ୟା କରି ମହିଷା ନିଧନର ବାର୍ତ୍ତାଦିଏ । ଏ ବାର୍ତ୍ତା ବହନ କରି ଦଶହରା ପାଇଁ ସଜ ହେଉଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ସିନେମା ‘ମହିଷାସୁର’ । ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି ଓ ସଂଳାପ ଲେଖିଛନ୍ତି ଚନ୍ଦନ କୁମାର । ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଅର୍ଚ୍ଚିତା, ବବି ମିଶ୍ର, ପରାଗ ପଟ୍ଟନାୟକ, ବିରଞ୍ଚି ଓ ରାଜା ଡି । ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ ଓ ପ୍ରଯୋଜକ ଅଛନ୍ତି ଅଜୟ ରାଉତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking