ପ୍ରବାଦ ବୃନ୍ଦ ବିଜୁବାବୁଙ୍କ ୧୦୪ତମ ଜୟନ୍ତି ଅବସରରେ କୋରେଇ ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ

ମହିଳାମାନଙ୍କ ମଧ୍ୟରେ ଲୁକ୍କାୟିତ ଜ୍ଞାନ ଓ ପ୍ରତିଭା ସାହାସୀକୁ ପ୍ରଦର୍ଶନ କରିବାକୁ ଆହ୍ୱାନ

ଯାଜପୁର ଓଏନ୍‌ଏ : ଆଜି ଆନ୍ତର୍ଜାତିକ ମହିଳା ଦିବସ । କୋରେଇ ନିର୍ବାଚନ ମଣ୍ଡଳୀ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ତମ ଜୟନ୍ତି ଅବସରରେ ସ୍ଥାନୀୟ ବ୍ୟାସଦେବ ଟାଉନ୍ ହଲ୍‌ଠାରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ମୂଖ୍ୟ ଅତିଥିଭାବେ ଯୋଗ ଦେଇ କହିଲେ ଯେ ମହିଳାମାନେ ସମାଜର ରକ୍ଷକ । ସେମାନେ ଦୁର୍ବଳା ନୁହନ୍ତି । ତାଙ୍କ ମାନଙ୍କ ଭିତରେ ଲୁକାୟିତ ରହିଥିବା ପ୍ରତିଭା ଜ୍ଞାନ ସାହାସକୁ ପ୍ରଦର୍ଶନ କଳେ ସମାଜର ମଂଗଳ ହେବ ଓ ନାରୀ ସଂସକ୍ତିକରଣ ସଫଳ ରୁପାୟନ ହେବ । ମହିଳାମାନେ ଅନ୍ୟାୟ ବରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାହସିକତା ମନୋଭାବେ ସୃଷ୍ଟି କରିବା । ଆଦିମକାଳରୁ ମହିଳାମାନେ ଦିଗ୍‌ଦର୍ଶନ ଦେଇଛନ୍ତି । ଅନ୍ୟାୟ ଓ ଅତ୍ୟାଚାରୀଙ୍କୁ ସଂହାର କରିଛନ୍ତି । ନାରୀ ଯେପରି କୋମଳ ସେପରି କୋମଳ । ନାରୀବିନା ସମାଜ ଗଠନ ଅସମ୍ଭବ । କୋରେଇ ବିଧାୟକ ଅଶୋକ କୁମାର ବଳ ଏହି ଉତ୍ସବକୁ ଉଦ୍‌ଘାଟନ କରି କହିଥିଲେ ଯେ ବିଜୁବାବୁ ମହିଳାମାନଙ୍କ ପାଇଁ ସଂସକ୍ତିକରଣ ଯୋଜନା ପ୍ରଣୟନ କରିଛନ୍ତି । ରାଜନୀତି କ୍ଷେତ୍ରରେ ମହିଳା ସଂରକ୍ଷିତ ଆସନ କରିବା ଦେଶରେ ପ୍ରଥମେ । ମହିଳାମାନେ ସ୍ୱବଲମ୍ବିନ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ନାରୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ସେମାନେ ଦୂର ହସ୍ତରେ ଦମନ କରିବା ସଂଗେ ସେମାନଙ୍କର ମଧ୍ୟରେ ଥିବା ପ୍ରତିଭାକୁ ପ୍ରଦର୍ଶନ କଲେ ବିଜୁବାବୁଙ୍କ ସ୍ୱପ୍ନ ସାକାର ହେବ । ଏହି ଉତ୍ସବରେ ଷ୍ଟେଟ୍ କାଉନ୍‌ସିଲର ମେମ୍ବର ଏଲିନା ଦାସ, ପୂର୍ବତନ ବ୍ୟାସନଗର ପୌରପରିଷଦର ଅଧ୍ୟାକ୍ଷା ସରୋଜିନୀ ବଳ, ପୂର୍ବତନ କାଉନ୍‌ସିଲର ତଥା ଶିକ୍ଷାବିତ୍ ଉଷାରାଣୀ ସାମଲ, ବିଜୁ ଜନତା ଦଳର ମହିଳା ସଭାପତି ପୂଜାରାଣୀ ବଳ, ଗିତାଞ୍ଜଳୀ କର, ସଂଯୁକ୍ତା ମଲ, ସଂଯୁକ୍ତା ମହାନ୍ତି, ଜ୍ୟୋତିମୋଟାଣିଆ, ସୁମିତ୍ରା ସେନାପତି, ସରିତା ପୃଷ୍ଟି, ସଂଘମିତ୍ରା ଜେନା, ବବିତା ମହାନ୍ତି ପ୍ରମୁଖ ବିଜୁବାବୁଙ୍କର ନାରୀସଂସକ୍ତିକରଣ ଓ ମହିଳାମାନେ ଏକଜୁଟ ହୋଇ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ସଂଗେ ଦେଶ ଗଠନରେ ମହିଳାମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଉକ୍ତ ସଭାରେ ବ୍ୟାସନଗର ବିଜୁ ଜନତା ଦଳ ମହିଳା ସଭାପତି ଇନ୍ଦିରା ପ୍ରିୟଦର୍ଶୀନି ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଦଶଜଣ ମହଳାଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସମ୍ମାନିତ କରାଯାଇଥିଲା । ପ୍ରଜ୍ଞାପରମିତା ଖୁଣ୍ଟିଆ, ମୋନାଲିସା ମହାନ୍ତି, ଗିତାଞ୍ଜଳୀ କର, ସୁମିତ୍ରା ସେନାପତି, ଗୌରୀ ପ୍ରିୟା ମୁର୍ମୁ, ସରିତା ପୃଷ୍ଟି, କବିତା ମହାନ୍ତି ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା । ପରେ ଛୋଟପିଲାମାନଙ୍କ ଦ୍ୱାରା ସମ୍ବଲପୁରୀ ଓ ଅନ୍ୟାନ୍ୟ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏଭଳି ମହିଳା ସମାବେଶ କୋରେଇରେ ପ୍ରଥମେ ବୋଲି କୁହାଯାଉଥିଲା । (ଫଟୋ ଓ ଭିଜୁଆଲ ହ୍ୱାଟସ୍‌ଆପ୍‌ରେ ଯାଇଛି)