ମମିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ଅବ୍ୟାହତ ରହିବ : ମହିଳା କଂଗ୍ରେସ

ଭୁବନେଶ୍ୱର- ନିଖିଳ ଭାରତ ମହିଳା କଂଗ୍ରେସ କମିଟିର ଅନୁମୋଦନକ୍ରମେ ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆଜି ଭୁବନେଶ୍ୱରସ୍ଥ କଂଗ୍ରେସ ଭବନ ସଭାକକ୍ଷରେ ଦିବା ୧୧ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଚିରଞ୍ଜିବ ବିଶ୍ୱାଳ, ସର୍ବପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ପ୍ରଦେଶ ମହିଳା କଂଗ୍ରେସ କମିଟିର ସମସ୍ତ ପଦାଧିକାରୀଗଣ, ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାପତି ଗଣ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଗଣଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବିଶ୍ୱାଳ ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ପିସିସି ଉପସଭାପତି ସସ୍ମିତା ବେହେରାଙ୍କୁ ନିଖିଳ ଭାରତ ମହିଳା କଂଗ୍ରେସ କମିଟିର ସଂପାଦିକା ରୂପେ ମନୋନୀତ ହୋଇଥିବାରୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କୁ ଉତରୀୟ ପ୍ରମାଣପତ୍ର, ଜଗନ୍ନାଥ ମହାପଭ୍ରୁଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ ମହିଳା କଂଗ୍ରେସ କମିଟି ଅଧ୍ୟକ୍ଷା ଶ୍ରୀମତୀ ପରିଡ଼ା, ପ୍ରାକନ୍ତ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଉପସଭାପତି ଯଜେ୍ଞଶ୍ୱର ବାବୁ ପ୍ରମୁଖ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ମହିଳା କଂଗ୍ରେସକୁ ଆହୁରି ସୁଦୃଢ଼ କରି ମହିଳାମାନଙ୍କ ସମସ୍ୟାର ସମାଧାନ ଲାଗି ସଂଗଠନକୁ ସକ୍ରିୟ କରିବାକୁ ଆହ୍ୱାନ ଦେଇଥିଲେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗିତାଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ଏକ ବିଶାଳ ଜନଯାଗରଣ ଅଭିଯାନ ପଦଯାତ୍ରା କଂଗ୍ରେସ ଭବନରୁ ବାହାରି ଭୁବନେଶ୍ୱର ପରିକ୍ରମା କରିଥିଲା । ବର୍ତମାନ ଯେପରି ଭାବରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ତା ସାଙ୍ଗକୁ ନାରୀମାନଙ୍କ ପ୍ରତି ନିର୍ଯ୍ୟାତନା ବଢ଼ୁଛି ଏବଂ ମମିତାଙ୍କୁ ନ୍ୟାୟ ଦେବାରେ ବିଫଳ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମମିତାଙ୍କ ହତ୍ୟା ଘଟଣାରେ ସଂପୃକ୍ତ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶି ପାଇଁ ତୈଳଦର ବୃଦ୍ଧି ସାଂଗକୁ ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ଲଳିତାବିଡ଼ା ସଦୃଶ ହୋଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ସାହୁ, ସସ୍ମତା ବେହେରା, ରଶ୍ମି ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ଶ୍ରୀୟାସ୍ମତା ପଣ୍ଡା, କୁସୁମ ପ୍ରଧାନ, ନିରୁପମା ପାତ୍ର, ସ୍ୱରୂପା ତ୍ରିପାଠୀ, ନିରୁପମା ଦାସ, ପ୍ରତିମା ମଲ୍ଲିକ, ନିର୍ମଳା ବଳିଆରସିଂ, ମମତାଞ୍ଜଳି ବେହେରା, ସବିିତା ଚାନ୍ଦ, ସୁସ୍ମତା ଘୋଷାଲ, ପ୍ରଜ୍ଞାପରମିତା ମହାନ୍ତି, ଉର୍ବଶୀ ମିଶ୍ର, ପ୍ରଭାବତି ପଟ୍ଟନାୟକ, ସ୍ୱାଧୀନବାଳା ଦାସ ସମେତ ଜିଲ୍ଲା ମହିଳା ସଭାପତିଗଣ, ରାଜ୍ୟ ପଦାଧିକାରୀଗଣ ଏବଂ ଶତାଧିକ ବହୁ ମହିଳା କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ଆଗାମୀ ଦିନରେ ଘରକୁ ଘର ମହିଳା କଂଗ୍ରେସ କାର୍ଯ୍ୟକର୍ତା ପଂହଚି ଜନସାଧାରଣଙ୍କୁ ବ୍ୟାପକ ଜନଯାଗରଣ ଯାତ୍ରା ମାଧ୍ୟମରେ ଜନସଚେତନତା କରିବାକୁ ସଂକଳ୍ପ ନେଇଥିଲେ ।

LEAVE A REPLY

Please enter your comment!
Please enter your name here