26.1 C
Bhubaneswar
Wednesday, May 25, 2022
Homeମନୋରଞ୍ଜନବଲିଉଡର ଦମ ନାହିଁ ମତେ କିଣିବାକୁ - ମହେଶବାବୁ

ବଲିଉଡର ଦମ ନାହିଁ ମତେ କିଣିବାକୁ – ମହେଶବାବୁ

ହାଇଦ୍ରାବାଦ:  ସାଉଥର ସୁପରଷ୍ଟାର ହେଉଛନ୍ତି ମହେଶ ବାବୁ। ସାଉଥ ଇଣ୍ଡଷ୍ଟ୍ରିର ହ୍ୟାଣ୍ଡସମ୍ ହଙ୍କ ମହେଶ ବାବୁ। ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ମତୁଆଲା କରେ। ନିକଟରେ ବଲିଉଡକୁ ନେଇ ଏକ ବଡ ବୟାନ ଦେଇଛନ୍ତି ମହେଶ ବାବୁ। ମହେଶ ବାବୁଙ୍କ ଏଭଳି ବୟାନକୁ ନେଇ ଏବେ ଫିଲ୍ମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାହାକୁ ତାଙ୍କର ଏଭଳି ବୟାନ ଭଲ ଲାଗିଥିବା ବେଳେ ଆଉ କେତେ ଜଣ ତାଙ୍କର ଏହି ବୟାନକୁ ନାପସନ୍ଦ କରିଛନ୍ତି।  ନିକଟରେ ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ବଲିଉଡରେ କାମ କରିବାକୁ ମୋର ଇଚ୍ଛା ନାହିଁ। ବଲିଉଡ ମୋତେ ଅଫୋର୍ଡ କରିପାରିବନି, ମୋତେ କିଣିବାକୁ ବଲିଉଡ ପାଖରେ ଦମ୍ ନାହିଁ। ସେ ମୋ ଖର୍ଚ୍ଚ ଉଠାଇ ପାରିବ ନାହିଁ। ମୋତେ ହିନ୍ଦୀ ଫିଲ୍ମରୁ ଅନେକ ଅଫର ମିଳୁଛି। ମୋ ମତରେ ବଲିଉଡର କ୍ୟାରିୟର କରିବା ସମୟ ବର୍ବାଦ କରିବା ସହ ସମାନ। ମୁଁ ଏମିତି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁନି, ଯିଏ ମନ ମୁତାବକ ପାରିଶ୍ରମିକ ଦେବାକୁ ସକ୍ଷମ ନୁହେଁ। ସାଉଥରୁ ମୋତେ ବହୁତ ଭଲପାଇବା ମିଳିଛି। ମୋତେ ଯେଉଁ ଷ୍ଟାରଡମ୍ ଓ ସମ୍ମାନ ଏବଂ ଭଲପାଇବା ସାଉଥରୁ ମିଳିଛି, ତାହା ମୋ ପାଇଁ ବହୁତ ବଡ କଥା। ଏହି କାରଣରୁ ମୁଁ ଏହି ଇଣ୍ଡଷ୍ଟ୍ରିକୁ ଛାଡି କୌଣସି ଅନ୍ୟ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହୁଁନି।’ମହେଶ ବାବୁ ଆହୁରି କହିଛନ୍ତି, ‘ମୁଁ ସର୍ବଦା ଫିଲ୍ମରେ କାମ କରିବାକୁ ଓ ବଡ ହେବାକୁ ଚାହେଁ। ମୁଁ ମୋ ଜୀବନରେ ଯେତିକି ସଫଳତା ହାସଲ କରିବା କଥା କରିସାଲିଲିଣି । ଯେତିକି ସଫଳତାରେ ପାହାଚ ଚଢିବା କଥା ଚଢି ସାରିଲିଣି । ଆଉ ଅଧିକ ସୁଖ ଦରକାର ନାହିଁ । କାରଣ ମୋର ବିଶ୍ୱାସ ଅଛି ଆଗକୁ ମୋର ଗୋଟିଏ ପରେ ଗୋଟିଏ ସ୍ୱପ୍ନ ପୂରଣ ହେବ।’ ସାଉଥ ଠାରୁ ଆରମ୍ଭ କରି ବଲିଉଡ ସବୁଠି ମହେଶ ବାବୁଙ୍କ କ୍ରେଜ ରହିଛି। ତାଙ୍କ ଫ୍ୟାନ୍ ଫଲୋଇଂ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ଯେତେବେଳେ ବି ମହେଶ ଫିଲ୍ମ ରିଲିଜ ହୁଏ ହଲ୍ ହାଉସଫୁଲ୍ ହୋଇଯାଏ। ଟଲିଉଡର ଏହି ଚର୍ଚ୍ଚିତ ଅଭିନେତା ଏବେ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡକୁ ନେଇ ଦେଇଥିବା ଏକ ବୟାନ ପାଇଁ ଟ୍ୱିଟ୍‌ରରେ ଟ୍ରେଣ୍ଡ କରୁଛନ୍ତି ମହେଶ ବାବୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking