38.1 C
Bhubaneswar
Saturday, April 20, 2024
Homeଆଇପିଏଲ୍ -2022ପୁଣି ଥରେ ସିଏସକେର କ୍ୟାପଟେନସିପ ଦାୟିତ୍ୱ ନେଲେ ଧୋନି

ପୁଣି ଥରେ ସିଏସକେର କ୍ୟାପଟେନସିପ ଦାୟିତ୍ୱ ନେଲେ ଧୋନି

ଚେନ୍ନାଇ : ପୁଣି ଥରେ ସିଏସକେର କ୍ୟାପଟେନସିପ ଦାୟିତ୍ୱ ନେଲେ ମହେନ୍ଦ୍ର ସିଂ ଧୋନି । ରବୀନ୍ଦ୍ର ଜାଡେଜା ସିଏସକେ ଅଧିନାୟକ ପଦ ଛାଡିବା ପରେ ଧୋନିଙ୍କୁ ପୁଣି ଥରେ ଦାୟିତ୍ୱ ନେବା ପାଇଁ ଅପିଲ କରିଥିଲେ । ଜାଡେଜାଙ୍କ ଅପିଲକୁ ଖଣ୍ଡନ ନକରି ପାରି ମାହି ପୁଣି ଥରେ ଦାୟିତ୍ୱ ନେଇଥିବା ଜଣାଯାଇଛି । ଚଳିତ ବର୍ଷ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ହିଁ ଧୋନି ନିଜେ ଜାଡେଜାଙ୍କୁ ଚେନ୍ନାଇର କ୍ୟାପିଟେନସିପ ଦାୟିତ୍ୱ ଦେଇଥିଲେ । କିନ୍ତୁ ଚଳିତ ସିଜିନ୍‌ରେ ସିଏସକେର ପରଫରମନ୍ସ ସେତେଟା ଭଲ ନଥିଲା ।

ଖାଲି ସେତିକି ନୁହେଁ ଜାଡେଜାଙ୍କ ବ୍ୟାଟିଂ ବି ସେତେଟା ଭଲ ନଥିଲା । ନିଜ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଜାଡେଜା ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଜାଡେଜାଙ୍କ ଅନୁରୋଧ ରକ୍ଷା କରି ଆଉ ଦଳର ହିତ ଦୃଷ୍ଟିରୁ ଧୋନି ପୁଣିଥରେ କ୍ୟାପଟେନସିପ ଦାୟିତ୍ୱ ନେଇଥିବା ଜଣାଯାଇଛି । ଜାଡେଜାଙ୍କ ପରଫରମନ୍ସକୁ ଦେଖିଲେ ଏହି ଅଲ୍‌ରାଉଣ୍ଡର ଜଣଙ୍କ ଏବେ ଯାଏଁ ୮ଟି ମ୍ୟାଚରୁ ୧୧୨ ରନ ସ୍କୋର କରିଛନ୍ତି । ଯେବେକି ମାତ୍ର ୫ ଟି ୱିକେଟ ନିଜ ନାଁରେ କରିଛନ୍ତି । ଉଭୟ ବୋଲିଂ ଓ ବ୍ୟାଟିଙ୍ଗରେ ଖରାପ ପ୍ରଦର୍ଶନ କରିବା ପରେ ଜାଡେଜା କ୍ୟାପଟେନସିପରୁ ନିଜକୁ ଦୁରେଇ ରଖିଛନ୍ତି । ଧୋନିଙ୍କ କ୍ୟାପଟେନସିପରେ ସିଏସକେ ୪ ଥର ଆଇପିଏଲ ଟାଇଟଲ ନିଜ ନାଁରେ କରିଛି । ଚଳିତ ସିଜିନ୍ ରେ ଖେଳିଥିବା ୮ଟି ମ୍ୟାଚ ମଧ୍ୟରୁ ମାତ୍ର ୨ଟିରେ ଜିତିବା ପାଇଁ ସକ୍ଷମ ହୋଇଛି । ପଏଣ୍ଟ ଟେବଲରେ ୯ ନମ୍ବର ସ୍ଥାନରେ ଅଛି ସିଏସକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking