35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶବାପୁଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବହୁ ରାଜନେତା

ବାପୁଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବହୁ ରାଜନେତା

ନୂଆଦିଲ୍ଲୀ: ଆଜି ସାରା ଦେଶରେ ମହାତ୍ମା ଗାନ୍ଧୀଙ୍କ ୭୨ତମ ମହାପ୍ରାୟାଣ ଦିବସ ଓ ସହିଦ ଦିବସ ପାଳନ କରୁଛି। ୧୯୪୮ ମସିହା, ଜାନୁଆରି ୩୦ ତାରିଖ ଦିନ ନାଥୁରାମ ଗଡ଼ସେଙ୍କ ଦ୍ୱାରା ମୋହନଦାସ କରମଚାନ୍ଦ ଗାନ୍ଧୀ ନିହତ ହୋଇଥିଲେ। ପ୍ରତିବର୍ଷ ଆଜି ଦିନରେ ଭାରତ ବାପୁଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରେ। ଦେଶକୁ ରକ୍ଷା କରିବାକୁ ଯାଇ ଆତ୍ମବଳି ଦେଇଥିବା ସୈନିକମାନଙ୍କ ଉଦ୍ଦେଶ୍ୟରେ ଜାନୁଆରି ୩୦ ତାରିଖ ଦିନ ସହିଦ ଦିବସ ମଧ୍ୟ ପାଳନ କରାଯାଏ। ସହିଦ ସୈନିକଙ୍କ ନିମନ୍ତେ ଦିନ ୧୧ଟା ବେଳେ ସମଗ୍ର ଦେଶରେ ଏଥିପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଏ।
ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାଓ୍ଵତ, ସେନାମୁଖ୍ୟ ଜେନେରାଲ୍ ଏମ୍‌ଏମ୍ ନରଓ୍ଵାଣେ, ନୌସେନା ମୁଖ୍ୟ ଆଡ୍‌ମିରାଲ୍ କରମବୀର ସିଂହ ଏବଂ ବାୟୁସେନା ମୁଖ୍ୟ ମାର୍ସାଲ୍ ଆର୍‌କେଏସ୍ ଭଦୌରିଆ ଜାତୀୟ ରାଜଧାନୀସ୍ଥିତ ରାଜଘାଟ ଠାରେ ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ନାନାରଙ୍ଗୀ ଫୁଲରେ ସଜ୍ଜିତ ମାଳା ରଖି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅନେକ ନେତା ମଧ୍ୟ ଆଜି ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିଜ୍ଞାପନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking