29.1 C
Bhubaneswar
Wednesday, April 24, 2024
Homeଓଡିଶାଓଁ କାରନାଥ ମନ୍ଦିରରେ ମହାଶିବରାତ୍ରି

ଓଁ କାରନାଥ ମନ୍ଦିରରେ ମହାଶିବରାତ୍ରି

ଯାଜପୁର:  ଯାଜପୁର ଜିଲ୍ଲାର ଯାଜପୁରୋଡ ର ପ୍ରମୁଖ ଓଁକାରନାଥ ଶିବ ମନ୍ଦିରରେ ମହାଶିବରାତ୍ରି ପାଳନ କରାଯାଉଛି । ଏହି ଅବସରରେ ସକାଳୁ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ରୁଦ୍ରାଭିଷେକ ଷୋଡଶ ଉପଚାର ପୂଜା ପବୃତି ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଓଁକାରନାଥ ମହାଦେବଙ୍କୁ ଦର୍ଶକ କରି ଉପବାସ କରିଛନ୍ତି । ସଂଧ୍ୟାରେ ମହାଯଜ୍ଞ ପୂର୍ନାହୂତି ହେବ । ମହାଦୀପ ରାତ୍ର ୧୦ ଘଣ୍ଟା ୧୫ ମିନିଟ ସମୟରେ ଉଠିବେ ବୋଲି  ଓଁକାରନାଥଙ୍କ କାର୍ଯ୍ୟାଳୟରୁ ଜଣାଯାଇଛି । ଯାଜପୁର ଜିଲ୍ଲାର ପ୍ରମୂଖ ମନ୍ଦିରରେ ରୁଦ୍ର ମହାଯଜ୍ଞ ଓ ପୁରପଲ୍ଲୀରେ ଥିବା ଶିବାୟ ରେ ଶିବରାତ୍ରୀ ଧୁମଧାମ ରେ ପାଳନ କରାଯାଉଛି । ସମଗ୍ର ଜିଲ୍ଲା ଓଁ ନମଃ ଶିବାୟ ମନ୍ତ୍ରରେ ପ୍ରକମ୍ପିତ ହେଉଛି ।
https://onakhabar.com/2020/02/21/mahasibaratri-mahadeb-akhndalamani/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking