40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମହାରାଷ୍ଟ୍ରରେ ବଢ଼ିଲା ଲକଡାଉନ୍ ଅବଧି

ମହାରାଷ୍ଟ୍ରରେ ବଢ଼ିଲା ଲକଡାଉନ୍ ଅବଧି

ମୁମ୍ବାଇ : ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣରେ ବ୍ରେକ୍ ଲାଗିବାରୀ ନାଁ ଧରୁନଥିବା ବେଳେ ରାଜ୍ୟ ସରକାର ସାରା ରାଜ୍ୟରେ ଲାଗୁ କରିଥିବା ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଜୁନ୍ ୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ୍ ସମୟ ବଢ଼ାଇବାକୁ ନିଷ୍ପତି ନେଇଛନ୍ତି । ଏଥି ସହିତ କଟକଣାକୁ ଆହୁରି କଡାକଡି କରିଛନ୍ତି । ଏଣିକି ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ହେଲେ ଆରଟିପିସିଆର୍ ରିପୋର୍ଟ ବାଧ୍ୟତାମୁଳକ ବୋଲି ଘୋଷଣା କରାଯାଇଛି । ଖାସ୍ କରି ସେହି ରାଜ୍ୟ ମାନଙ୍କ ପାଇଁ ଯେଉଁଠାରେ କରୋନା ସଂକ୍ରମଣ ଅଧିକ ରହିଛି । ଏହି ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ବାକି ସବୁ ସେବା ବନ୍ଦ ରହିବ । ସୁଚନାଯୋଗ୍ୟ, ମହାରାଷ୍ଟ୍ରରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୮୨.୫୧ ପ୍ରତିଶତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking