31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସଙ୍କଟରେ ମହାରାଷ୍ଟ୍ର ସରକାର

ସଙ୍କଟରେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଥରେ ରାଜନୈତିକ ଉତ୍ତେଜନା ଦେଖିବାକୁ ମିଳିଛି । ସୋମବାର ଏମଏଲସି ନିର୍ବାଚନରେ ଶିବସେନା ୩ ଏମଭିଏ ଗଠବନ୍ଧନକୁ ଝଟକା ଦେଇଛି ବିଜେପି ଓ ମଙ୍ଗଳବାର ଶିବସେନାର ୧୦ ରୁ ୧୨ ବିଧାୟକ ଗୁଜୁରାଟରେ ପହଞ୍ଚିଛନ୍ତି । ଏହା ସହ ଉଦ୍ଧବ ଠାକରେଙ୍କ ସରକାର ସଙ୍କଟରେ ପଡିଛନ୍ତି । ଠାକରେ ଆଜି ଜରୁରୀକାଳୀନ ବୈଠକ ଡାକିଥିବା ଜଣାପଡିଛି । ଶିବସେନାର ୧୦ରୁ ୧୨ ବିଧାୟକ ଏକନାଥ ସିନ୍ଧେଙ୍କ ସହ ସୁରଟର ହୋଟେଲରେ ଅଛନ୍ତି । ଶିବାସେନା ବିଧାୟକ ସିନ୍ଧେ କାଲିଠାରୁ ଶିବାସେନା ସମ୍ପର୍କରେ ନଥିଲେ । ସେ ସୁରଟର ଏକ ହୋଟେଲରେ ଅଛନ୍ତି । ସେଠାରେ ତାଙ୍କ ସହ ଶିବସେନାର ୧୨ ଜଣ ବିଧାୟକ ବି ଥିବାର ଖବର ଆସିଛି। ତେବେ ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା ମିଳିଛି । ବିଧାନ ପରିଷଦ ନିର୍ବାଚନରେ କ୍ରସ ଭୋଟିଂ ପରେ ସଙ୍କଟ ଅଧିକ ବଢ଼ିଯାଇଛି । ଏମଭିଏ ପ୍ରାର୍ଥୀ କଂଗ୍ରେସର ଚନ୍ଦ୍ରକାନ୍ତ ହାଣ୍ଡୋରେ ହାରିବା ପରେ ସଙ୍କଟ ବଢ଼ିଥିବା କୁହାଯାଉଛି । ଘଟଣାକୁ ନେଇ ଆଜି ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking