34.1 C
Bhubaneswar
Friday, March 29, 2024
Homeକରୋନାମହାରାଷ୍ଟ୍ର ସରକାରଙ୍କ ନୂଆ ଗାଇଡଲାଇନ

ମହାରାଷ୍ଟ୍ର ସରକାରଙ୍କ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ନେଇ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଅନୁସାରେ, ୨୭ ମାର୍ଚ୍ଚରୁ ରାତି ୮ ଟାରୁ ଆ୍ରମ୍ଭ କରି ସକାଳ ୭ଟା ପର୍ଯ୍ୟନ୍ତ ଧାରା ୧୪୪ ଲାଗୁ ହେବ । ଏବେ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କ ପାଇଁ ଜରିମାନା ୨୦୦ରୁ ୫୦୦ କୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ରାସ୍ତାରେ ଛେପ ପକାଇଲେ ୧୦୦୦ ଟଙ୍କା ଜରିମାନା ଲଗାଯିବ ।
ମଲ୍‌, ସିନେମା ହଲ୍ ଓ ରେସ୍ତୋରାଁ ରାତି ୮ରୁ ସକାଳ ୭ ଯାଏଁ ବନ୍ଦ ରହିବ । ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି । ଅନ୍ତିମ ସଂସ୍କାରରେ ୨୦ ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking