35.1 C
Bhubaneswar
Tuesday, April 23, 2024
Homeଓଡିଶାମହାନଦୀ ଜଳ ବିବାଦ ମାମଲା: ପୁଣି ଝୁଲିଲା, ଅଗଷ୍ଟ ୧୪ରେ ପରବର୍ତ୍ତୀ ଶୁଣାଣି

ମହାନଦୀ ଜଳ ବିବାଦ ମାମଲା: ପୁଣି ଝୁଲିଲା, ଅଗଷ୍ଟ ୧୪ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖାଦେଇଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ହୋଇଥିବା ୨୧ତମ ଶୁଣାଣି ଫଳଶୂନ୍ୟ ରହିଛି । କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଟ୍ରିବ୍ୟୁନାଲ ମାମଲାର ଶୁଣାଣିକୁ ଅଗଷ୍ଟ ୧୪ ତାରିଖ ଯାଏ ଘୁଞ୍ଚାଇ ଦେଇଛନ୍ତି । ଶନିବାରର ଶୁଣାଣିରେ ଟ୍ରିବ୍ୟୁନାଲ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ନୋଟିସ ଜାରି କରି ୬ ସପ୍ତାହ ଭିତରେ ଏଥିସମ୍ପର୍କିତ ସମସ୍ତ ନଥିପତ୍ର ଓ ଦସ୍ତାବିଜ ଉଭୟ ଓଡ଼ିଶା ଏବଂ ଛତିଶଗଡ଼କୁ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଦୁଇରାଜ୍ୟ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ବିଚାରପତି ଏ.ଏମ୍‌. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ୨୧ତମ ଶୁଣାଣି କରିଥିଲେ ।

ପୂର୍ବରୁ କରୋନାର ଦ୍ୱିତୀୟ ଲହର ଯୋଗୁଁ ଏପ୍ରିଲ୍ ୧୦ ଓ ମେ ୮ ତାରିଖର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା । ଏବେ କଟକଣା ଜାରି ରହିଥିବାରୁ ଟ୍ରିବ୍ୟୁନାଲ୍ ଭର୍ଚୁଆଲ୍ ଶୁଣାଣି କରିଥିଲେ । ଅନ୍ତରୀଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ୍ ଦୁଇ ରାଜ୍ୟକୁ ଅନେକଥର ସୁଯୋଗ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରି ନାହିଁ । ଆପୋଷ ବୁଝାମଣା ଉପରେ ଆଲୋଚନା ଏବେ ବି ଜାରି ରହିଛି । ଅପରପକ୍ଷେ, ୨୦୧୮ ମାର୍ଚ୍ଚ ୧୨ରୁ ଗଠିତ ଟ୍ରିବ୍ୟୁନାଲ୍‌ର ପ୍ରଥମ ୩ବର୍ଷର ଅବଧି ଚଳିତ ବର୍ଷ ମାର୍ଚ୍ଚ ୧୧ରେ ଶେଷ ହୋଇଯାଇ ଥିବାରୁ ନିକଟରେ କେନ୍ଦ୍ର ସରକାର ଅବଧିକୁ ଆଉ ଦୁଇବର୍ଷ ବଢ଼ାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking