ବିଂଝାରପୁରର ବିଭିନ୍ନ ପୂଜା ମଣ୍ଡପରେ ଆଜି ମହାନବମୀ ପାଳିତ

Mahanabami is celebrated today at various puja mandapas in Bingharpur

ଯାଜପୁର : ଯାଜପୁର ଜିଲାର ବିଂଝାରପୁରର ବିଭିନ୍ନ ପୂଜା ମଣ୍ଡପରେ ଆଜି ମହାନବମୀ ପାଳିତ ହେଉଛି। କୋରୋନାଜନିତ କଟକଣା ପାଇଁ ବିଭିନ୍ନ ପୂଜା ମଣ୍ଡପ ଖାଁ ଖାଁ ଲାଗୁଛି। ଆଜି ବିଳମ୍ବିତ ରାତିରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ ଏବଂ ଆସନ୍ତାକାଲି ମହାଦଶମୀ ବା ଦଶହରା ଅନୁଷ୍ଠିତ ହେବ। କିନ୍ତୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପୂଜା ମଣ୍ଡପ କିମ୍ବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଗ୍ରହ ନାହିଁ । ଚଳିତ ବର୍ଷ କୋରୋନା ଜନିତ କଟକଣା ପାଇଁ ପୂଜା ମଣ୍ଡପ ପକ୍ଷରୁ ସାଜସଜ୍ଜା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ପୂଜା ମଣ୍ଡପମାନେ ମାନି କରି ଚଳୁଛନ୍ତି । ତଥାପି ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here