23.1 C
Bhubaneswar
Monday, January 24, 2022
Homeଓଡିଶାଲୋକପ୍ରିୟତା ପଦର୍ଶନ କରିବାକୁ ମୋକିମଙ୍କ ଉଦ୍ୟମ

ଲୋକପ୍ରିୟତା ପଦର୍ଶନ କରିବାକୁ ମୋକିମଙ୍କ ଉଦ୍ୟମ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ମଙ୍ଗ ଧରିବା ପାଇଁ ବିଧାୟକ ମହମ୍ମଦ ମୋକିମଙ୍କ ଗୋଷ୍ଠୀ କ୍ରମେ ଅଧିକ ସକ୍ରୀୟ ହେବାରେ ଲାଗିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଉ ଦଳୀୟ ଦାୟିତ୍ୱରେ ରହିବେ ନାହିଁ ବୋଲି ଘୋଷଣା କରିବା ଓ ଇସ୍ତଫା ଦବା ପରେ ଏକ ଗୋଷ୍ଠୀ ବିଧାୟକ ମୋକିମଙ୍କୁ ସଭାପତି କରିବା ପାଇଁ ଅଂଟା ଭିଡିଛନ୍ତି । ସେମାନେ ଇତି ମଧ୍ୟରେ ଦିଲ୍ଲୀ ଯାଇ ଦଳ ହାଇକମାଣ୍ଡ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଛନ୍ତି । ଆଜି ଏହି ଗୋଷ୍ଠି ଓଡ଼ିଶା ଗସ୍ତରେ ଆସିଥିବା ଦଳର ବରିଷ୍ଠ ନେତା ତଥା ସିଡବ୍ଲୁସି ସଦସ୍ୟ ସଲମନ ଖୁର୍ସିଦଙ୍କୁ ଭେଟି ଦାବି ରଖିଛନ୍ତି । ସେମାନଙ୍କର ଦାବୀ ନିରଞ୍ଜନଙ୍କୁ ତୁରନ୍ତ ବଦଳାଇ ମୋକିମଙ୍କୁ ସଭାପତି କରାଗଲେ ଦଳ ସୁଦୃଢ଼ ହେବ ଓ ସଙ୍ଗଠନ ଆଗେଇବ ବୋଲି ବିଶ୍ୱାସ ଦେବାକୁ ଉଦ୍ୟମ ପନ୍ଥା କୁହାଯାଉଛି। ଏପରିକି ମୋକିମ ମଧ୍ୟ ଦଳରେ ତାଙ୍କର ଲୋକପ୍ରିୟତା ପ୍ରମାଣ ଦେବା ପାଇଁ ଗତ ଶୁକ୍ରବାର ଏକ ତାରକା ହୋଟଲରେ ବନ୍ଧୁମିଳନର ଆୟୋଜନ କରିଥିଲେ ।
 

ମୋକିମଙ୍କ ବନ୍ଧୁମିଳନରେ ଦଳର ବହୁ ବରିଷ୍ଠ ଓ କନିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଥିଲା । ବାସ୍ତବରେ ତାଙ୍କ ସହ କଂଗ୍ରେସର ନେତା ଓ ଆଗଧାଡ଼ିର କର୍ମୀମାନେ ଅଛନ୍ତି କି ନାହାଁନ୍ତି ତାହା ଜଣାଇବା ପାଇଁ ସମ୍ବାଦିକମାନଙ୍କୁ ମଧ୍ୟ ଏହି ବନ୍ଧୁମିଳନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା, ଗୁରୁପଦ ନନ୍ଦ, ସମୀର ରାଉତରାୟ, ରମାକାନ୍ତ ମିଶ୍ର, ପ୍ରଫେସର କୈଳାସ ଆଚାର୍ଯ୍ୟ ସୀତାକାନ୍ତ ମିଶ୍ର, କୁମାର ଚିରଞ୍ଜିବ, ବିଶ୍ୱମୋହନ ମହାନ୍ତି, ସନତ ଦାସ, କିଶୋର ଜେନା, ମନୋରଞ୍ଜନ ଦାସ, ମନୁ ପଟ୍ଟନାୟକ , ବିଶ୍ୱଜିତ ଦାସ, ନିକୁଞ୍ଜ ପ୍ରସାୟତ, ସନ୍ଧ୍ୟା ମହାପାତ୍ର, ସ୍ୱାଗତିକା ପଟ୍ଟନାୟକ, ସଂଜୟ ତ୍ରିପାଠୀ, ସାନୁ ପରିଜା, ହରପ୍ରିୟା ପାତ୍ର ପ୍ରମୁଖ ବହୁ ନେତା ଓ ନେତ୍ରୀଙ୍କୁ ବନ୍ଧୁମିଳନରେ ଦେଖିବାକୁ ମିଳିଥିଲା ।

କୁହାଯାଉଛି ବନ୍ଧୁମିଳନ ଏକ ବାହାନା ଥିଲା । ବାସ୍ତବିକ ମୋକିମ ଦଳରେ ତାଙ୍କ ସପକ୍ଷରେ କେତେ ନେତା ଅଛନ୍ତି ତାହା ଜଣାଇବା ପାଇଁ ଏଭଳି ପ୍ରୟାସ କରିଛନ୍ତି । କିଛିମାସ ହେଲା ମୋକୀମ ଗୋଷ୍ଠୀ ଜୋରଦାର ସଭାପତି ବଦଳାଇବା ପାଇଁ ଅଂଟାଭିଡି ଲାଗିପଡ଼ିଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ନେତାମାନେ ଦିଲ୍ଲୀ ଯାଇ ଲବି ଚଳାଇଛନ୍ତି । ଏପିରିକି ମହିଳା ଗୋଷ୍ଠୀବି ଦିଲ୍ଲୀ ଯାଇ ମୋକୀମ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଏହି ଗୋଷ୍ଠୀ ଭଲ ଭାବେ ବୁଝାଇଦେଇଛନ୍ତି ଯେ, କଂଗ୍ରେସ ଏହି ବପର୍ଯୟ ପାଇଁ ନିରଞ୍ଜନ ପଟ୍ଟନାୟକ ହିଁ ଦାୟୀ । ସେ ଯେଭଳି ଭାବରେ ଭାଇ ବନ୍ଧୁ କୁଟୁମ୍ବ ରାଜନୀତି ଆରମ୍ଭ କଲେ ସେଥିରେ ଦଳର କ୍ଷତି ଘଟିଛି । ଦଳ ଆଉ ଆଗକୁ ତାଙ୍କ ନେତୃତ୍ୱରେ ଆଗେଇ ପାରିବ ନାହିଁ । କାରଣ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଯେଉଁ ଦୁଇଟି ବିଧାନସଭା ଉପନିର୍ବାଚନ ହୋଇଛି ସେଥିରୁ ଏହାର ପ୍ରମାଣ ମିଳିସାରିଛି । ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଅମାନତ ହରାଇଲା ଫଳରେ ସ୍ଥିତି କେତେ ବିପର୍ଯ୍ୟସ୍ଥ ତାହା ଜଣାପଡ଼ୁଛି । ଏଥିରେ କର୍ମୀଙ୍କ ମନୋବଳ ଭାଙ୍ଗିଯାଇଛି ।

ଏଣୁ ଦଳକୁ ଆଗେଇବାକୁ ହେଲେ ବିଧାୟକ ମୋକିଙ୍କ ଭଳି ଯୁବ ନେତାଙ୍କୁ ଦାୟିତ୍ୱ ଦେବା ଲାଗି ଏହି ଗୋଷ୍ଠୀ ଯୁକ୍ତି ରଖୁଛନ୍ତି । ବିଳମ୍ବ ନକରି ତୁରନ୍ତ ପଦକ୍ଷେପ ନେବା ପାଇଁ ସିଡବ୍ଲୁସି ସଦସ୍ୟ ସଲମନ ଖୁର୍ସିଦଙ୍କୁ ଭେଟିବା ଅବସରରେ ବୁଝେଇବାକୁ ଉଦ୍ୟମ କରିଥିବା କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking