34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଭକ୍ତଙ୍କୁ ଦର୍ଶନ ଦେଇ ଉଭାନ ହୋଇଯାନ୍ତି ମହାଦେବ: ପାଣିରେ ଲୀନ ହୋଇଯାଏ ପ୍ରଭୁଙ୍କ ମନ୍ଦିର

ଭକ୍ତଙ୍କୁ ଦର୍ଶନ ଦେଇ ଉଭାନ ହୋଇଯାନ୍ତି ମହାଦେବ: ପାଣିରେ ଲୀନ ହୋଇଯାଏ ପ୍ରଭୁଙ୍କ ମନ୍ଦିର

ନୂଆଦିଲ୍ଲୀ : ଶ୍ରାବଣ ମାସ ସୋମବାର ଶିବ ମନ୍ଦିର ଦର୍ଶନ କରିବା ତଥା ପ୍ରୁଖ ତୀର୍ଥ ଆଦି ସ୍ଥାନକୁ ଯିବା ଫଳପ୍ରଦ ହୋଇଥାଏ । ତେଣୁ ଶ୍ରାବଣ ମାସରେ ଦେଶର ପ୍ରମୁଖ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ଏଥିମଧ୍ୟରୁ ଅନେକ ପ୍ରାଚୀନ ମନ୍ଦିରର ରହସ୍ୟୃ କାରଣରୁ ଏଠାକୁ ଦେଶର କୋଣ ଅନୁକୋଣରୁ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି । ଗୁଜୁରାଟର ବଡୋଦରାରେ ଏଭଳି ଏକ ବିଶ୍ୱବିଖ୍ୟାତ ଶିବ ମନ୍ଦିର ରହିଛି । ଏହି ମନ୍ଦିରର ବିଶେଷତ୍ୱ ହେଉଛି, ଭକ୍ତଙ୍କୁ ମାତ୍ର କିଛି ସମୟ ପାଇଁ ଦର୍ଶନ ଦେଇ ଏହି ମନ୍ଦିର ଉଭାନ ହୋଇଯାଇଥାଏ । ଅବଶ୍ୟ କିଛି ଘଣ୍ଟା ପରେ ପୁଣି ଥରେ ଦର୍ଶନ ଦେଇଥାନ୍ତି ମହାଦେବ । ଏହି ରୋମାଞ୍ଚକର ଘଟଣାକୁ ଦର୍ଶନ କରିବା ପାଇଁ ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ ।

ଭଗବାନ ଶିବଙ୍କର ଏହି ମନ୍ଦିର ସ୍ତମ୍ଭେଶ୍ୱର ମନ୍ଦିର ନାମରେ ପ୍ରସିଦ୍ଧ । ସମୁଦ୍ର ଗର୍ଭରେ ଏହା ଅବସ୍ଥିତ ହୋଇଥିବା ବେଳେ ଏହାକୁ ମହାଦେବଙ୍କ ପୁତ୍ର କୁମାର କାର୍ତ୍ତିକେୟ ଏହାକୁ ସ୍ଥାପିତ କରିଥିଲେ ବୋଲି କଥା ରହିଛି । ତେବେ ସମୁଦ୍ର ମଧ୍ୟରେ ରହିଥିବା ଏହି ମନ୍ଦିର ଭକ୍ତଙ୍କୁ ଦର୍ଶନ ଦେଇ ପୁଣି ଥରେ ଅନ୍ତର୍ଧ୍ୟାନ ହୋଇଯାଇଥାଏ । ତେବେ କିଛି ଘଣ୍ଟା ପରେ ଏହା ପୁଣି ଦୃଶ୍ୟମାନ ହୋଇଥାଏ । ଏହି ଘଟଣାକୁ କେହି କେହି ପ୍ରଭୁଙ୍କ ଲୀଳା କହୁଥିବା ବେଳେ ଏହା ମନ୍ଦିରର ଏକ ବିରାଟ ରହସ୍ୟ ହୋଇ ରହିଛି ।

ତେବେ ପ୍ରକୃତରେ ସମୁଦ୍ରର ଜଳସ୍ତର ଦିନକୁ ୨ ଥର ବୃଦ୍ଧି ପାଉଥିବାର ଏମିତି ହୋଇଥାଏ । ସମୁଦ୍ରର ଜଳସ୍ତର ଏତେ ବଢିଯାଏ ଯେ, ଏହି ମନ୍ଦିର ପାଣି ଭିତରେ ଲୀନ ହୋଇଯାଏ । ତେବେ ସନ୍ଧ୍ୟାରେ ପୁଣି ଜଳସ୍ତର କମିବାରୁ ମନ୍ଦିର ଉପରକୁ ଦୃଶ୍ୟମାନ ହୋଇଥାଏ । ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ଏପରି ଘଟଣା ଦେଖିବାକୁ ମିଳିଥାଏ । ତେବେ ପ୍ରତିଦିନ ସମୁଦ୍ରରେ ମନ୍ଦିର ବୁଡିବା ଏବଂ ଦୃଶ୍ୟମାନ ହେଉଥିବା ଘଟଣାକୁ ଭକ୍ତ ଅନେକ ରୂପ ଦେଇଛନ୍ତି । ସମୁଦ୍ର ପ୍ରତିଦିନ ଭଗବାନ ଶିବଙ୍କ ଅଭିଷେକ କରେ ବୋଲି ମାନିଛନ୍ତି ଶ୍ରଦ୍ଧାଳୁ ।

ସମୁଦ୍ରରେ ଯେବେ ଜଳସ୍ତର ବୃଦ୍ଧି ହୋଇଥାଏ, ସେହି ସମୟ ପାଇଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଇ ଦିଆଯାଏ । ସ୍କନ୍ଧ ପୁରାଣ ଏବଂ ଶିବ ପୁରାଣର ରୁଦ୍ର ସଂହିତାରେ ସ୍ତମ୍ଭେଶ୍ୱର ତୀର୍ଥକୁୁ ନେଇ ଏକ କଥା ରହିଛି । କଠୋର ତପସ୍ୟା କରି ରାକ୍ଷସ ତାଡକାସୁର ଶିବଙ୍କ ନିକଟରୁ ବରପ୍ରାପ୍ତି କରିଥିଲେ ଯେ ତାଙ୍କ ବଦ୍ଧ କେକବଳ ଶିବଙ୍କ ପୁତ୍ର ହିଁ କରିପାରିବେ । ଏହାପରେ ତାଡକାସୁରର ଉତ୍ପାତରୁ ଲୋକମାନଙ୍କୁ ମୁକ୍ତି ଦେବା ପାଇଁ କେକବଳ ୬ ଦିନରେ ହିଁ କୁମାର କାର୍ତ୍ତିକେୟ ତାଡକାସୁରର ବଦ୍ଧ କରିଥିଲେ । ଏହାପରେ ସେହି ସ୍ଥାନରେ ଏହି ମନ୍ଦିର ନିର୍ମାଣ କରିଥିଲେ କାର୍ତ୍ତିକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking