ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

ଭୁବନେଶ୍ୱର:  ଆଜି ଠାରୁ ଆରମ୍ଭ ହେଲା  ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ଚଳିତବର୍ଷ ମହିମା ମେଳାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ମହିମା ସାଧୁ ସମାଜ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି କାର‌୍ୟ୍ୟ ଶେଷ ହୋଇଛି ।  ପ୍ରବଳ  ଶ୍ରଦ୍ଧାଳୁ ଙ୍କ ଭିଡ କୁ ନଜରରେ ରଖି  ପ୍ରଶାସନ ପକ୍ଷରୁ ହୋଇଛି  ବ୍ୟାପକ ପ୍ରସ୍ତୁତି । ଚଳିତ ବର୍ଷ ୧୪୭ତମ ମହିମା ମାଘ ମେଳା ଅଟେ । ଏହି ସପ୍ତାହବ୍ୟାପୀ ବିଶ୍ୱପ୍ରସିଦ୍ଧ ମେଳା ପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାଗାଦି । ଜଗତର କଲ୍ୟାଣ ନିମନ୍ତେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ଘୃତାହୁତି ପ୍ରଦାନ ଲାଗି ସାଧୁସନ୍ଥମାନେ ପ୍ରସ୍ତୁତ । ବିଭିନ୍ନ ସ୍ଥାନରୁ ଆସିଥିବା  ସାଧୁସନ୍ଥ ମାନଙ୍କର ହେବ ବିଶାଳ ସମାଗମ । ଝାଡ଼ ଜଳା ପାଇଁ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିବ ।
https://onakhabar.com/2020/02/07/vlw-smitarani-case-3/