30.1 C
Bhubaneswar
Thursday, April 25, 2024
Homeକରୋନାନିର୍ବାଚନ ଆୟୋଗଙ୍କୁ ମାଡ୍ରାସ ହାଇକୋର୍ଟଙ୍କ କଡା ଚେତାବନୀ

ନିର୍ବାଚନ ଆୟୋଗଙ୍କୁ ମାଡ୍ରାସ ହାଇକୋର୍ଟଙ୍କ କଡା ଚେତାବନୀ

ନୂଆଦିଲ୍ଲୀ: ଦେଶରେ କରୋନାରେ ହାହାକାର ଚାରିଆଡେ ଶୁଭୁଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଏମିତିରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଉତ୍ତରପ୍ରଦେଶରେ ପଂଚାୟଚ ନିର୍ବାଚନ ନେଇ ନିର୍ବାଚନ ଉପରେ ଲଗାତର ଭାବରେ ପ୍ରଶ୍ନ ସୃଷ୍ଟି ହେଉଛି । ଏହାରି ମଧ୍ୟରେ ମାଡ୍ରାସ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ କଡା ବାଖ୍ୟା କରିଛନ୍ତି । ହାଇକୋର୍ଟ କହିଛନ୍ତି କରୋନାର ଦ୍ୱିତୀୟ ଲହର ପାଇଁ କେବଳ ନିର୍ବାଚନ ଆୟୋଗ ହିଁ ଦାୟୀ । ମାଡ୍ରାସ ହାଇକୋର୍ଟରେ ମୁଖ୍ୟ ବିଚାରପତି ସଂଜୀବ ବାନାର୍ଜୀ କହିଛନ୍ତି, କୋଭିଡ ୧୯ର ଦ୍ୱିତୀୟ ଲହର ପାଇଁ କେବଳ ଆପଣଙ୍କ ସଂସ୍ଥା ଦାୟୀ । ଯେତେବେଳେ ନିର୍ବାଚନ ପ୍ରଚାର ହେଉଥିଲା ସେତେବେଳେ କଣ ଆପଣ ଅନ୍ୟ ଗ୍ରହରେ ଥିଲେ ? ଏହାସହିତ ନିର୍ବାଚନ ଆୟୋଗ ୨ ମେ ରେ ହେବାକୁ ଥିବା ଭୋଟ ଗଣତିକୁ ବାତିଲ କରିବା ପାଇଁ ଚେତାବନୀ ଦେଇଥିଲେ । ଚିଫ୍ ଜଷ୍ଟିସ କହିଥିଲେ, ଯଦି ସମସ୍ତ ପ୍ରକାର ପ୍ରୋଟୋକଲସ ପାଳନ ନେଇ ସେମିତି ମଜଭୂତ ପ୍ଲାନ ଉପସ୍ଥାପନ କରାଯିବନି, ତେବେ ମେ ୨ରେ ହେବାକୁ ଥିବା ଭୋଟ ଗଣତି ପ୍ରକ୍ରିୟାକୁ ରଦ୍ଦ କରି ଦେବୁ ।
ମୁଖ୍ୟ ନ୍ୟାୟଧୀଶ ନିର୍ବାଚନ ଆୟୋଗଙ୍କୁ କହିଥିଲେ, ଏବେ କେବଳ ରକ୍ଷା ଓ ସୁରକ୍ଷା ସ୍ଥିତି ରହିଛି । ବାକି ସବୁ ପରେ ଆସୁଛି । ନିର୍ବାଚନ ଆୟୋଗଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ୩୦ ଏପ୍ରିଲରେ ପ୍ଲାନ ଉପସ୍ଥାପନ କରିବେ ଯେ, କିଭଳି ଭୋଟ ଗଣତି ମଧ୍ୟରେ କୋଭିଡ ନିୟମର ପାଳନ କରାଯିବ । ଆଗାମୀ ଶୁଣାଣି ୩୦ ଏପ୍ରିଲରେ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking