ହିଙ୍ଗୁଳା ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଟଙ୍କାକୁ ପ୍ରଧାନ ଶିକ୍ଷୟିତ୍ରୀ ହଡ଼ପ କରିଥିବା ଅଭିଯୋଗ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବାରଗଡିଆ ହିଙ୍ଗୁଳା ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଟଙ୍କାକୁ ହଡ଼ପ କଲେ ପ୍ରଧାନ ଶିକ୍ଷୟିତ୍ରୀ । ଏହାକୁ ନେଇ ସ୍କୁଲୁର ଛାତ୍ର ଛାତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ଗାର୍ଡିଆନ୍ ମାନେ ଅଭିଯୋଗ କରିଥିଲେ ଯେ କୋରୋନା ମହାମାରୀ ପାଇଁ ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ବଦଳରେ ଛାତ୍ର ଛାତ୍ରୀ ଙ୍କୁ ଟଙ୍କା ଦେବାପାଇଁ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ନମାନି ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଟଙ୍କା ଦେବା ବଦଳରେ ନିଜେ ହରିଲୁଟୁ କରିଥିଲେ ।
ଏସବୁକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଆନମାନେ ଅଭିଯୋଗ କରିବାରୁ ପ୍ରଧାନ ଶିକ୍ଷୟିତ୍ରୀ ନାଲିଆଖି ଦେଖାଇ କହିଲେ,ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇ ନଦେବା ପାଇଁ କହିଥିଲେ ଓ ଫେଲ କରି ଦେବେ ବୋଲି ଧମକ ଦେଇଥିଲେ । ସେଥିପାଇଁ ସମସ୍ତ ଅଭିଭାବକମାନେ ଓ ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ଯେ ଏଭଳି ହରିଲୁଟ କରିଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବେ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here