ଭାଇ ଭଉଣୀ ମିଶି ଯାଇଥିଲେ ପେଟ୍ରୋଲ ପମ୍ପ, ତା ପରେ ଯାହା ହେଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ : ଦିନକୁ ଦିନ ଭାରତରେ ବିଭିନ୍ନ ସମୟରେ ମହିଳା, ଯୁବତୀ ଏମିତିକି ନାବାଳିକା ବି ଗଣଦୁଷ୍କର୍ମର ଶିକାର ହେଉଛି । ଏମିତି ଏକ ଦୃଶ୍ୟ ମଧ୍ୟପ୍ରଦେଶର ପଦର ସହରରେ ଦେଖିବାକୁ ମିଳିଛି । ଜଣେ ୧୯ ବର୍ଷର ଝିଅକୁ ସାତ ଜଣ ମିଶି ଦୁଷ୍କର୍ମ କରିଛନ୍ତି । ଯେଉଁଥିରେ ୩ ଜଣ ନାବାଳକ ମଧ୍ୟ ସାମିଲ ରହିଥିବା ପୋଲିସ ସୂଚନା ଦେଇଛି । ପୋଲିସର କହିବା ମୁତାବକ, ଉକ୍ତ ଯୁବତୀ ଜଣକ ନିଜ ଭାଇଙ୍କ ସହ ବାଇକରେ ପେଟ୍ରୋଲ ପମ୍ପ ନିକଟକୁ ଯାଇଥିଲା । ପରେ ଘରକୁ ଫେରିବା ସମୟରେ ଅଧା ବାଟରେ ଗାଡିର ହେଡ ଲାଇଟରେ କିଛି ସମସ୍ୟା ଦେଖଯାଇଥିଲା । ଫଳରେ ସେମାନେ ବାଟରେ ରହି ଏହାକୁ ଠିକ କରୁଥିଲେ । ହେଲେ ସେହି ସମୟରେ ଦୁଟି ମୋଟର ସାଇକଲେର ୩ ଜଣ ଯୁବକ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ । ତେବେ ଦୁବୃତ୍ତମାନେ ପ୍ରଥମେ ଯୁବତୀଙ୍କ ଭାଇକୁ ମରଣାନ୍ତକ ଆକ୍ରମଣ କରି କୂଅକୁ ଫିଙ୍ଗି ଦେଇଥିଲେ । ଏବଂ ପାଖରେ ଥିବା ଏକ ଡ୍ୟାମ ନିକଟକୁ ଯବତୀକୁ ଜବରଦସ୍ତ ଭାବେ ଉଠାଇ ନେଇଥିଲେ । ସେଠାରେ ତିନି ଜଣଙ୍କ ସହ ଆଉ ୪ ଜଣ ସାମିଲ ହୋଇ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଏହି ସମୟ ଭିତରେ ତାଙ୍କ ଭାଇ କୂଅରୁ ବାହାରି ପରିବାର ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ପରେ ପରିବାର ଲୋକ ସେହି ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲେ । ଫଳରେ ଜଣେ ଅଭିଯୁକ୍ତକୁ ସେମାନେ କାବୁ କରିବାରେ ସଫଳ ହୋଇଥିଲେ । ଆଉ ପୋଲିସକୁ ଖବର ମଧ୍ୟ ଦେଇଥିଲେ । ହେଲେ ପୋଲିସ ଆସିବା ବେଳକୁ ଉକ୍ତ ଯୁବକ ଖସି ପଳାଇଥିଲା । ମାତ୍ର ତାର ପକେଟରେ ଥିବା ଆଧାର କାର୍ଡ ପଡିଯାଇଥିଲା । ଯେଉଁଥିରୁ ସେ ଲୋକେଶ ସେନିଆ ବୋଲି ଜଣାପଡିଛି । ଏହାପରେ ପୋଲିସ ରାତିରେ ଉକ୍ତ ଅଞ୍ଚଳକୁ ଘେରାଉ କରିଥିଲା । ପରେ ପୋଲିସ ସେମାନଙ୍କ ମଧ୍ୟରୁ ୩ ନାବାଳକଙ୍କୁ ମିଶାଇ ୫ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା ।