ଭୁବନେଶ୍ୱର, : ଓଡ଼ିଶାର ପ୍ରଥମ ଓକିଲ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସ ସମାରୋହ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ରାଜ୍ୟଶାଖା ଲିଗାଲ ସେଲ ପକ୍ଷରୁ ଆୟୋଜିତ ଏହି ସଭାରେ ଶତାଧିକ ଓ ଆଇନଜୀବୀ ଯୋଗ ଦେଇ ମଧୂବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭୁବନେଶ୍ୱର ଜିଲ୍ଲା ଲିଗାଲସେଲ ଆବାହକ ଆଡଭୋକେଟ ମୂରଲୀ ମନୋହର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ରାଜ୍ୟ ବୁଦ୍ଧିଜୀବୀ ସେଲର ଆବାହକ ବୁଦ୍ଧିଜୀବୀ ପ୍ରକୋଷ୍ଠ ସଂଯୋଜକ ସର୍ଜନ ଶର୍ମା, ମୁଖ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବିଜେପି ବାର୍ତା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବୁଦ୍ଧିଜୀବୀ ସେଲର ରବିଶଙ୍କର ପଟ୍ଟନାୟକ, ଲକ୍ଷ୍ମୀଧର ଦାସ, ଚିତରଞ୍ଜନ, ସୁବାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ତଥା ଓଡ଼ିଶାର ପ୍ରଥମ ଅଧିବକ୍ତା ମଧୁବାବୁଙ୍କ ସମସ୍ତ ଗୁଣାବଳୀର ସ୍ମୃତିଚାରଣ କରିଥିଲେ । ଲୋଇସ ରୋଡକୁ ମଧୂସୁଦନ ମାର୍ଗ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିବାକୁ ସଭାରେ ପ୍ରସ୍ତାବ ପାରିତ କରିଥିଲା । ଆଇନଜୀବୀ କବିନ୍ଦ୍ର ବଳିୟାର ସିଂ ସଭାରେ ଉପସ୍ଥିତି ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।