26.1 C
Bhubaneswar
Friday, March 29, 2024
Homeଓଡିଶାମଧୁଓଡିଆ ସେନାପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ମଧୁଓଡିଆ ସେନାପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଯାଜପୁର : ଯାଜପୁର ଜିଲ୍ଲାର ଦାନଗଦି ବ୍ଳକ ସ୍ଥିତ ଗୋବର୍ଦ୍ଧନପୁରଠାରେ ମଧୁଓଡିଆ ସେନାଓ ପୂଜ୍ୟପୂଜା ପ୍ରତିଭା ପରିଷଦର ସହାୟତାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିବା ଯାଜପୁର ଜିଲ୍ଲାର ଏ – ୧ ଗ୍ରେଡରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ମଧୁବାବୁ ମେଧା ପ୍ରତିଭା ସମ୍ମାନ ୨୦୨୦ରେ ସଂବଧିତ କରାଯାଇଥିଲା । ଉକ୍ତ ଉତ୍ସବରେ ମଧୁଓଡିଆ ସେନାର ରାଜ୍ୟ ସଭାପତି ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ରୁପେ ଗାନ୍ଧୀମଣିଷର ସଂପାଦକକୁଳମଣୀ ଦତ୍ତ .ବରେଣ୍ୟ ଅତିଥି ରୁପେ ଅବସରପ୍ରାପ୍ତ ଶିକ୍ଷାବିତ୍ ଗିରିଧାରୀ ଚାନ୍ଦ, ମୁଖ୍ୟ ବକ୍ତା ରୁପେ ପୂଜ୍ୟପୂଜା ପରିଷଦର ଯାଜପୁର ଜିଲ୍ଲା ସଭାପତିତଥା ମଧୁଓଡିଆ ସେନାର ପରାମର୍ଶଦାତା ଭୁବନ ମୋହନ ମହାନ୍ତି ପ୍ରମୁଖ ଯୋଗଦେଇ ସରକାରୀ ଉଚ୍ଚ ବିଦ୍ୟାଳୟ ମାନପୁରର ଦୁଇ ଜଣ ଛାତ୍ରୀ ଯଥାକ୍ରମେ ସୁଶ୍ରୀ ଜ୍ୟୋତିପ୍ରିୟା ଜେନା ଓ ସୁଶ୍ରୀ ମଧୁସ୍ମିତା ବାରିକଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଦତ୍ତମାନପତ୍ର ଟ୍ରଫି ଓ ମଧୁବାବୁଙ୍କ ପୁସ୍ତକ ଦିଆଯାଇ ଗୋବର୍ଦ୍ଧନପୁରସ୍ଥ ବାସଭବନ ପରିସରରେ ସଂବଧିତ କରାଯାଇଥିଲା ।

ଉକ୍ତ ଦିନ ସଂଧ୍ୟାରେ ଦାନଗଦିସ୍ଥିତ ବୁଦ୍ଧରାଜା ନୋଡାଲ ବିଦ୍ୟାପୀଠ ରୁ ଏଗ୍ରେଡ ରେ ଉର୍ତ୍ତିର୍ଣ୍ଣ ହୋଇଥିବା ଦୁଇ ଜଣ ଆଦର୍ଶ ଛାତ୍ର ଶ୍ରୀମାନ ସ୍କେହାଶିଷ ସା.ଶ୍ରୀ ମାନଶାଶ୍ଵତ କୁମାର ଦାଶଙ୍କୁ ତାଙ୍କ ବାସଭବନ ପରିସରରେ ଅନୁଷ୍ଠାନ ପକ୍ଷରୁ ପ୍ରଦତ୍ତ ଟ୍ରଫି.ମାନପତ୍ର ଓ ମଧୁବାବୁଙ୍କ ରଚିତ ପୁସ୍ତକ ଦେଇ ସଂବଧିତ କରାଯାଇଥିଲା । ଶେଷରେ ଉକ୍ତ ଦୁଇ ଛାତ୍ରଙ୍କ ସହ ରାଜ୍ୟ ସଭାପତି ଶ୍ରୀ ଯୁକ୍ତ ଗୁରୁ ଭବିଷ୍ୟତର ଲକ୍ଷ୍ୟ କଣରଖିଛନ୍ତି ? ସେ ବିଷୟରେ ଭାବ ବିନିମୟକରିଥିଲେ ସର୍ବଶେଷରେ ଯାଜପୁର ଜିଲ୍ଲାର ପୂଜ୍ୟପୂଜା ପରିଷଦର ସଭାପତି ଭୁବନ ମୋହନ ମହାନ୍ତି ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking