31.1 C
Bhubaneswar
Friday, March 29, 2024
Homeଓଡିଶାଡକାୟତି ଯୋଜନାବେଳେ ମାଡ଼ିବସିଲା ପୁଲିସ

ଡକାୟତି ଯୋଜନାବେଳେ ମାଡ଼ିବସିଲା ପୁଲିସ

ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ୪ଜଣ ଦୁର୍ବୃତ୍ତଙ୍କୁ ଖାରବେଳନଗର ଥାନା ପୁଲିସ ଚଢ଼ାଉ କରି ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିର ଆକାଶ ନାୟକ(୨୩), ୟୁନିଟ୍‌-୬ର ସୁର ଘଡ଼େଇ(୧୯), ୟୁନିଟ୍‌-୪ ରାମପୁର ବସ୍ତିର କଳାକାହ୍ନୁ ଦିଗଲ୍‌(୩୫) ଓ କଦମ୍‌ପୋଖରୀ ବସ୍ତିର ମହମ୍ମଦ ବାବୁ(୨୮) । ଏମାନଙ୍କ ଠାରୁ ଏକ ସ୍କୁଟି, କଟୁରି, ଚାପଡ଼, ଭୁଜାଲି, ଲୁହାରଡ଼, ଲଙ୍କାଗୁଣ୍ଡ ଆଦି ଜବତ କରାଯାଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ।

ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ କମିଶନରେଟ୍ ପୁଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସତ୍ୟନଗର ଓଭରବ୍ରିଜ୍ ତଳେ ୬ଜଣ ଯୁବକ ବାଇକ୍‌ରେ ଆସି ଅଲଗା ଅଲଗା ହୋଇ ଛିଡ଼ା ହୋଇଥିଲେ । ସେମାନଙ୍କ ହାତରେ ଚାପଡ଼, ଲୁହାରଡ୍‌, ଭୁଜାଲି ଧରି ସ୍ଥାନୀୟ ଅଞ୍ଚଳର ଏକ ବ୍ୟବସାୟୀଙ୍କ ଘରୁ ଡ଼କାୟତି ଯୋଜନା କରିବା ପାଇଁ ଯୋଜନା କରୁଥିଲେ । ଏସମ୍ପର୍କରେ ଖାରବେଳ ନଗର ଥାନା ପୁଲିସ ଟିମ୍ ଖବରପାଇ ସେଠାରେ ଚଢ଼ାଉ କରିଥିଲା । ପୁଲିସକୁ ଦେଖି ୨ଜଣ ଚମ୍ପଟ ମାରିଥିବାବେଳେ ୪ଜଣ ଧରାପଡ଼ିଯାଇଥିଲେ । ଏହାପରେ ସେମାନଙ୍କୁ କାବୁ କରି ଥାନାକୁ ଆଣି ପଚାରିବାରୁ ନିଜ ଦୋଷ ସ୍ୱିକାର କରିଥିଲେ । ଅନ୍ୟପକ୍ଷେ ଫେରାର୍ ୨ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking