ଗାନ୍ଧୀନଗର: ଭାଇ ଭଉଣୀ ପରି ପବିତ୍ର ସମ୍ପର୍କରେ କଳଙ୍କର ଛିଟା । ଭଉଣୀ ପାଇଁ ରକ୍ଷକ ସାଜିଥିବା ଭାଇ ପାଲଟିଗଲା ଭକ୍ଷକ । ନିଶାସକ୍ତ ଅବସ୍ଥାରେ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ । ଦୁଷ୍କର୍ମରୁ ବର୍ତ୍ତିବାକୁ ଯାଇ ଭାଇର ଜୀବନ ନେଲା ଭଉଣୀ । ଛୁରୀରେ ଆକ୍ରମଣ କରିବା ସହ ବାଡିରେ ମାଡ ମାରି ଭାଇକୁ ହତ୍ୟା କରିଛି ଭଉଣୀ । ଏଭଳି ଘଟଣା ଘଟିଛି ଗୁଜୁରାଟର ଖେଡେ ଜିଲ୍ଲା ନଦିଆଦର ମଞ୍ଚିପୁରାରେ । ଭାଇକୁ ହତ୍ୟା ପରେ ଥାନାରେ ଆତ୍ମ ସମର୍ପଣ କରିଛି ଭଉଣୀ । ପୋଲିସ ହତ୍ୟାକାରୀ ଭଉଣୀକୁ ପଚରାଉଚରା ପରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ସୁନୀଲ ପରମାର ।
ମଞ୍ଚିପୁରା ଗ୍ରାମରେ ବିଧାବା ଭଉଣଈଙ୍କ ତାଙ୍କ ଭାଇ ରହୁଥିଲେ । ଗତକାଲି ସେ ମଦ୍ୟପାନ କରି ଘରକୁ ଆସିବା ସହ ଭଉଣୀକୁ ଅସଦାଚରଣ କରିଥିଲେ । ପରେ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଭାଇ । ଶେଷରେ ଭଇର କବଳରୁ ରକ୍ଷା ପାଇବା ପାଇଁ ଭଉଣୀ ଏକ ଛୁରୀରେ ଭାଇକୁ ଆକ୍ରମଣ କରିଥିଲା , ପରେ ଏକ ବାଡିରେ ପିଟି ପିଟି ଭାଇର ଜୀବନ ନେଇଥିଲା ଭଉଣୀ । ଉକ୍ତ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁନୀଲଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁମୀନଙ୍କୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା ।
ଏହାପରେ ମୃତ ଯୁବକଙ୍କ ଭଉଣୀକୁ ପୋଲିସ ପଚରାଉଚରା କରିଥିବା ବେଳେ ସେ ସତ ମାନି ଯାଇଥିଲେ । କହିଥିଲେ,”ମୋତେ ମୋ ଭାଇ ମଦ୍ୟପାନ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା । ତେଣୁ ମୁଁ ତା ମୁଣ୍ଡକୁ ମୁଁ ଛୁରୀରେ ଆକ୍ରମଣ କରିବା ପରେ ଏକ ବାଡିରେ ପିଟିପିଟି ହତ୍ୟା କରିଥିଲି । ଏହା ପୋଲିସ ସମ୍ମୁଖରେ କହିଛନ୍ତି ପୀଡିତା ଭଉଣୀ । ଏହାପରେ ପୋଲିସ ଉକ୍ତ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ କରିଛି ।