33.1 C
Bhubaneswar
Thursday, April 25, 2024
Homeକୃଷିପ୍ରଧାନ ମନ୍ତ୍ରୀଙ୍କ ‘ମନ କି ବାତ’

ପ୍ରଧାନ ମନ୍ତ୍ରୀଙ୍କ ‘ମନ କି ବାତ’

ନୂଆଦିଲ୍ଲୀ : ଆଜି ରବିବାରରେ ପ୍ରଧାନ ମନ୍ତ୍ରୀ ଦେଶବାସୀଙ୍କ ସହ ‘ମନକି ବାତ’ କରିଛନ୍ତି । ଚାଷୀ ମାନଙ୍କ କୃଷି ଆଇନକୁ ବିରେଧ କରି କରାଯାଉଥିବା ପ୍ରଦର୍ଶନକୁ ଆଖିରେ ରଖି ଚାଷୀ ମାନଙ୍‌କୁ ବୁଝେଇବାକୁ ପ୍ରୟାସ କରିଛନ୍ତି । ସେ କହିଛନ୍ତି ଯେ ଏହି କୃଷି ସଂସ୍କାର କୃଷକ ମାନଙ୍କ ମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି । ଏହା ନୂତନ ଅଧିକାର ଓ ସୂଯୋଗ ସୃଷ୍ଟି କରିବ ।
ଲୋକ ମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଭାରତରେ କୃଷି ଓ ବିଭିନ୍ନ ଉତ୍ପରଦନ ହେଉଥିବା ସାମଗ୍ରୀରେ ନଳ୍ପଚ୍ଛନ ପରିମାଣ ଯୋଗ କରାଯାଉଛି । ଏହା ଆଗକୁ ଯାଇ କ୍ୟଷକ ମାନଙ୍କ ଉନ୍ନତିରେ ସାହାଯ୍ୟ କରିବ । ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି । ଯେ ବର୍ଷ ବର୍ଷ ଧରି ଚାଷୀଙ୍କ ଦାବି ପୂରଣ ପାଇଁ ରାଜନୈତିକ ଦଳ ମାନେ ପ୍ରତିଶୃତି ଦେଇ ଆସୁଥିବା ବେଳେ କେହି ପୂରଣ କରିପାରୁ ନଥିଲେ । ଯାହା ଏବେ ପୂରଣ ହୋଇଛି । ବହୁ ସମୀକ୍ଷା ପରେ ସଂସଦରେ କୃଷି ସଂସ୍କାରକୁ ଆଇନ ଗତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି କୃଷି ବିଲ କେବଳ ଚାଷୀଙ୍କ ଦୁଃଖ ସମାପ୍ତ କରିବ ତା ନୁହଁ ଚାଷୀ ନିଜର ଅଧିକାର ମଧ୍ୟ ପାଇଛି । କେଯଣସି ଅସୁବିଧା ହେଲେ ସ୍ଥାନୀୟ ଏସଡ଼ିଏମ ସମସ୍ୟାର ସମାଧାନ ୨ ମାସ ମଧ୍ୟରେ କରିବେ । ସେ ମହାରାଷ୍ଟ୍ରର ଜଣେ ଚାଷୀଙ୍‌କ ଉଦାହରଣ ଦେଇ କହିଛନ୍ତି ଯେ ସେହି ଚାଷୀ ଜଣଙ୍‌କ କିପରି ଏହି କୃଷି ଆଇନର ଫାଇଦା ଉଠାଇ ପାରିଲେ ଏବଂ ତଙ୍କ ଦେୟ ମଧ୍ୟ ଫେରସ୍ତ ପାଇଲେ । ‘ମନ କି ବାତ’ରେ ମୋଦୀ ଏହି କୃଷି ବିଷୟକୁ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ କୃଷି ସଂସ୍କାର ତଥା ଏହି ଆଧୁନିକ ବ୍ୟବସ୍ଥା ଊପରେ ଅଇଜ୍ଞଚ୍ଛ ହେବାକୁ ଓ କରାଇବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking