ଯାଜପୁର ବିରଜା ବାହିନୀ ଏବଂ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଇଟି ପୃଥକ ଜନସ୍ୱାର୍ଥ ମାମଲା

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବା ନେଇ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଛନ୍ତି ବିଭିନ୍ନ ସଂଗଠନ । ପୂର୍ବରୁ ମା ବିରଜା  ସେବାୟତ ପରିଷଦ ଏବଂ ଜିଲା ଓକିଲ ସଂଘ ପକ୍ଷରୁ ରଥଯାତ୍ରାକୁ ନେଇ ହାଇକୋର୍ଟ ରେ ଦୁଇଟି ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା ବେଳେ ଆଜି ଯାଜପୁର ବିରଜା ବାହିନୀ ଏବଂ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆଉ ଦୁଇଟି ପୃଥକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ପ୍ରତିବର୍ଷ ମାଙ୍କର ଦୂର୍ଗା ପୂଜା ଅବସରରେ ସ୍ୱତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ଜନିତ କଟକଣା ରହିଥିବାରୁ କୌଣସି ମନ୍ଦୀର ରେ ସେଥିପାଇଁ କୌଣସି ଧର୍ମୀୟ କାର‌୍ୟ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି । ଚଳିତ ବର୍ଷ ମାଙ୍କ ଶାରଦୀୟ ଦୂର୍ଗୋତ୍ସବ ମଳ ମାସ ପଡୁଥିବାରୁ ୪୬ ଦିନ ଧରି ଚାଲିବ ଏବଂ ମାଙ୍କ ରଥଯାତ୍ରା ଆସନ୍ତା ଅକ୍ଟୋବର ମାସ ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ୯ ଦିନ ଧରି ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ସେଥିପାଇଁ ମାଙ୍କ ରଥଯାତ୍ରା ପରମ୍ପରାକୁ ରକ୍ଷା କରିବା ପାଇଁ ବିରଜା ବାହିନୀ ଏବଂ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି । ଏହି ରଥଯାତ୍ରା ସମୟରେ କୋଭିଡ ନିୟମ କୁ କଡାକଡି ଭାବେ ପାଳନ କରିବା ସହିତ ମାନ୍ୟବର ଯେଉଁ ସବୁ ସର୍ତ ରଖିବେ ତାକୁ ମାନି ରଥାଯାତ୍ରା କରାଯିବ ବୋଲି ଉଭୟ ସଂଗଠନ ପକ୍ଷରୁ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here