26.1 C
Bhubaneswar
Friday, March 29, 2024
Homeଓଡିଶାଚିଟଫଣ୍ଡ କୋର୍ଟରେ ଏମ.ଭି ପ୍ରସାଦ

ଚିଟଫଣ୍ଡ କୋର୍ଟରେ ଏମ.ଭି ପ୍ରସାଦ

ଭୁବନେଶ୍ୱର:  ପୂର୍ବତନ ବିଧାୟକ ଏମ.ଭି ପ୍ରସାଦଙ୍କୁ କୋର୍ଟରେ ହାଜର କରାଯାଇଛି । କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ଇଓଡବ୍ଲ୍ୟୁ ହାଜର କରାଇଛି । ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ହେଉଛନ୍ତି ଏମ.ଭି ପ୍ରସାଦ । ତାଙ୍କୁ ବିଶାଖାପାଟଣାରୁ ଗିରଫ କରିଥିଲା କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ । ପ୍ରସାଦଙ୍କ ନାଁରେ ୧୨୦୦ କୋଟିର ଚିଟଫଣ୍ଡ ଠକେଇ ଅଭିଯୋଗ  ହୋଇଥିଲା । ବିଶାଖାପାଟଣା ପଶ୍ଚିମ ଜୋନ୍‌ର ବିଧାୟକ ଥିଲେ ଏମ୍‌.ଭି ପ୍ରସାଦ । ବିଶାଖାପାଟଣାରୁ ଗିରଫ କଲା ଓଡ଼ିଶା ସିଆଇଡି । ଘରେ ଚଢ଼ଉ କରି ଜବତ କରିଛି ପ୍ରାୟ ୪୫ଲକ୍ଷ ଟଙ୍କା । ଏମ୍‌.ଭି ପ୍ରସାଦଙ୍କ ଥିଲା ୱେଲ୍‌ଫେର୍ ଗ୍ରୁପ୍ ଅଫ୍ କମ୍ପାନୀ । ୱେଲ୍‌ଫେର୍ ଗ୍ରୁପ୍ ଅଫ୍ କମ୍ପାନୀ ଠକିଛି ୧୨୦୦ କୋଟି ଟଙ୍କା । ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ରୁ ଠକିଥିବା ଅଭିଯୋଗ ହୋଇଛି । ୨୦୦୧ରେ ଏହି କମ୍ପାନି ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା। ତେବେ ପରେ ଏହି କମ୍ପାନି ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି। ଏପରିକି ଓଡ଼ିଶାର ବିଭିନ୍ନ ଥାନାରେ ଏମ୍‌ଭି ପ୍ରସାଦଙ୍କ ନାଁରେ ମାମଲା ଥିବା ଜଣାପଡିଛି। ଗତକାଲି ଓଡ଼ିଶା ସିଆଇଡି ଟିମ୍ ବିଶାଖାପାଟଣା ଘରେ ଚଢ଼ଉ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking