20.1 C
Bhubaneswar
Saturday, November 23, 2024
Homeକରୋନାତାମିଲନାଡ଼ୁରେ ସପ୍ତାହକ ପାଇଁ ବଢ଼ିଲା ଲକ୍‌ଡାଉନ୍‌

ତାମିଲନାଡ଼ୁରେ ସପ୍ତାହକ ପାଇଁ ବଢ଼ିଲା ଲକ୍‌ଡାଉନ୍‌

ଚେନ୍ନାଇ: ତାମିଲନାଡ଼ୁ ସରକାର ଶନିବାର ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌କୁ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଏହା ଘୋଷଣା କରିଛନ୍ତି । ଆସନ୍ତା ୨୪ରେ ଲକ୍‌ଡାଉନ୍ ଶେଷ ହେବାକୁ ଯାଉଥିଲାବେଳେ ଏହାର ଅବଧି ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଲକ୍‌ଡାଉନ୍ ସମୟରେ ଔଷଧ ଦୋକାନ, ଦୁଗ୍ଧ ଦୋକାନ ଓ ଖବରକାଗଜ ବିତରଣ ତଥା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଚାଲୁରହିବ । ସରକାରଙ୍କ ସଦ୍ୟ ନିର୍ଦ୍ଦେଶନାମା ଅନୁଯାୟୀ ଶନିବାର ରାତି ୯ଟା ଯାଏଁ ଦୋକାନ ଖୋଲା ରହିଥିଲା । ରବିବାର ସକାଳ ୬ଟାରୁ ରାତି ୯ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଶନିବାର ଓ ରବିବାର ଘରୋଇ ସରକାରୀ ବସ୍ ଚଳାଚଳ କରିବ । ୨୪ ତାରିଖରୁ ରାଜ୍ୟରେ ସବୁ ପ୍ରକାରର ଯାତାୟତ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇତିମଧ୍ୟରେ ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍ ଓ କର୍ଫ୍ୟୁର ମିଆଦ ବୃଦ୍ଧି କରିଛନ୍ତି । କେରଳ ସରକାର ମେ’ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବୃଦ୍ଧି କରିଥିଲାବେଳେ କର୍ଣ୍ଣାଟକ ସରକାର ଦୁଇ ସପ୍ତାହ ପାଇଁ ଅର୍ଥାତ୍ ଜୁନ୍ ୭ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବଢ଼ାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିୟୁରାପ୍ପା ଗତ ଶୁକ୍ରବାର ଏହା ଘୋଷଣା କରିଥିଲେ । ଗୋଆରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଗତ ଶୁକ୍ରବାର କଟକଣାକୁ ମେ’ ୩୧ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବା ପରେ ମୁଖ୍ୟମନ୍ତ୍ରୀ ସାୱନ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ସେହିପରି ଉତ୍ତରପ୍ରଦେଶରେ କରୋନା କର୍ଫ୍ୟୁ ମେ’ ୨୪ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିଲ୍ଲୀ ଲକ୍‌ଡାଉନ୍ ମେ’ ୨୪ପର୍ଯ୍ୟନ୍ତ ଲାଗୁ ହୋଇଥିଲାବେଳେ ମହାରାଷ୍ଟ୍ରରେ ଜୁନ୍ ୧ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ମିଆଦ ବୃଦ୍ଧି କରାଯାଇଛି । ଛତିଶଗଡ଼ରେ ମେ’ ୩୧ପର୍ଯ୍ୟନ୍ତ ଲକ୍‌ଡାଉନ୍ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking