33.1 C
Bhubaneswar
Thursday, April 25, 2024
Homeଓଡିଶାବାରିପଦା ସହରରେ ଲକଡାଉନର ପ୍ରଭାବ

ବାରିପଦା ସହରରେ ଲକଡାଉନର ପ୍ରଭାବ

ମୟୂରଭଞ୍ଜ (ଘାସିରାମ ବେହେରା): କରୋନା ଦିନକୁଦିନ କାୟାବିସ୍ତାର କରି ଭୟଙ୍କର ହୋଇ ଚାଲିଥିବା ବେଳେ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ଵତନ୍ତ୍ର କୌଣସି ପ୍ରତିଷେଧକ ନ ଥିବା ବେଳେ ଚଳପ୍ରଚଳ ବନ୍ଦ କରିବା ସହ ଗହଳି ରୋକିବା ବର୍ତ୍ତମାନ ପାଇଁ ଏକମାତ୍ର ଉପାୟ। ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଗତକାଲି ସନ୍ଧ୍ୟାରେ ସାରା ଓଡିଶାକୁ ଲକଡାଉନ ଘୋଷଣା କରିଥିଲେ। ଏହାପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୋକମାନଙ୍କ ହିତ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ସମଗ୍ରଦେଶକୁ ୨୧ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ତେବେ ଆଜି ସେହି ଲକଡାଉନର ପ୍ରଥମ ଦିନରେ ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ସହର କଥା ଯଦି କହିବା ରାସ୍ତାଘାଟ ଦୋକାନବଜାର ଦେଖିଲେ ଯାହା ଜଣାପଡିଛି ଲୋକମାନଙ୍କ ମନରେ କୌଣସି ପ୍ରକାରର ସଚେତନତାର ଦୃଶ୍ୟ ଦେଖାଯାଉନାହିଁ । ଏତେପରେ ବି ଲୋକମାନେ ରାସ୍ତାଘାଟରେ ଯିବାଆସିବା କରୁଥିବା ବେଳେ ସହରରେ ଅନାବଶ୍ୟକ ଗହଳି ସୃଷ୍ଟି କରିଛନ୍ତି । ଯାହାକି ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କରୋନା ସଂକ୍ରମଣ ଭୟ ଆଗାମୀ ଦିନପାଇଁ ଭୟାବହ ରୁପନେବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। କରୋନା ସଂକ୍ରମଣ ସମ୍ପର୍କରେ ବ୍ୟାପକ ସଚେତନତା ବାର୍ତ୍ତା ପ୍ରଚାରପ୍ରସାର କରି ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ସୂଚାଇଥିଲେ ମଧ୍ୟ ଏଭଳି ଦାୟିତ୍ୱହୀନ ଏବଂ ନିମ୍ନ ଚିନ୍ତାଧାରାର ମଣିଷମାନଙ୍କ ପାଇଁ ଏବେ ସୁରକ୍ଷାଦୃଷ୍ଟିରୁ ଚିନ୍ତାର ବିଷୟ ପାଲଟିଛି । ତେଣୁ ଏହି ବନ୍ଦକୁ ଆହୁରି କଡାକଡି କରିବା ପାଇଁ ପୋଲିସପ୍ରଶାସନ ପକ୍ଷରୁ ସହରସାରା ବ୍ୟାପକ ପୋଲିସ ଫୋର୍ସ ମୃତୟନ କରିବା ସହ ଏହି ଲକଡାଉନ ପ୍ରକିୟାକୁ ବେଖାତିର କରୁଥିବା ଲୋକମାନଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ଦୃଢ଼କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ କୁହାଯାଇଛି । ଏଭଳି ପରିସ୍ଥିତିରେ ଅନାବଶ୍ୟକ ଭାବେ ବାଇକରେ ବୁଲି ମଜା ନେଉଥିବା ଦାୟିତ୍ବହୀନ କିଛି ଲୋକଙ୍କ ବାଇକ ପୋଲିସ ଆଜି ଜବତ କରିଥିବା ଜଣାପଡିଛି । ସେହିପରି ସମୟର ଗୁରୁତ୍ୱ ଦୃଷ୍ଟିରୁ ପୋଡ଼ାଶୀ ରାଜ୍ୟର ପ୍ରବେଶପଥ ଗୁଡିକୁ ମଧ୍ୟ ସିଲ କରି ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚଳାଇଛି ପୋଲିସ।

ଅନ୍ୟପକ୍ଷରେ ପୌରାଣିକ ମତବାଦକୁ ବିଚାରକୁ ନେଲେ ଏଭଳି ଏକ ପରିସ୍ଥିତି ସୃଷ୍ଟି ସମ୍ପର୍କରେ ସୂଚନା ରହିଛି। ଯାହାର ବାସ୍ତବତା ଏବେ ପ୍ରମାଣିତ ହୋଇଛି। ସେହିପରି ଜ୍ୟୋତିଷଶାସ୍ତ୍ର ବିଶ୍ୱାସକୁ ନେଲେ ଆଗାମୀ ଅପ୍ରେଲ ମାସ ୧୪ତାରିଖ ପରେ ଧୀରେଧୀରେ କରୋନା ସଂକ୍ରମଣର ପ୍ରଭାବ କମିବ। ତେଣୁ ସମସ୍ତେ ଏକଜୁଟ ହୋଇ ଏକତାବଦ୍ଧ ଭାବେ ସରକାର ଘୋଷଣା କରିଥିବା ସତର୍କ ସୂଚନାକୁ ପାଳନ କରି ପରିବାର ମଧ୍ୟରେ ସୀମାବଦ୍ଧ ହୋଇ ନିଜେ ଏବଂ ପରିବାରକୁ ସୁରକ୍ଷିତ କରିବାର ଗୁରୁଦାୟିତ୍ବକୁ ପାଳନ କରିବାର ଆବଶ୍ୟକତା ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking