30.1 C
Bhubaneswar
Wednesday, April 24, 2024
HomeUncategorizedବଜେଟ ପରେ ମହଙ୍ଗା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର

ବଜେଟ ପରେ ମହଙ୍ଗା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ : ଏଲପିଜି ଗ୍ୟାସ ବ୍ୟବହାର କରୁଥିବା ଗୃହିଣୀ ମାନଙ୍କ ପାଇଁ ଏକ ଖରାପ ଖବର । ତୈଳ କମ୍ପାନୀ ଗୁଡିକ ବଜେଟ ପରେ ଗ୍ୟାସର ମୁଲ୍ୟ ବଢାଇ ଦେଇଛନ୍ତି । ଦେଶର ସର୍ବବୃହତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କରପୋରେସନ ଲିମିଟେଡ (ଆଇଓସିଏଲ)ର ଏଲପିଜି ଇନ୍ଧନ ଗ୍ୟାସକୁ ଚଳିତ ମାସ ୪ ତାରିଖ ଦିନ (ଗୁରୁବାର) ବୃଦ୍ଧି କରିଛି । ଇନ୍ଧନ ଗ୍ୟାସର ଅଫିସିଆଲ ୱେବସାଇଟ ଅନୁସାରେ ଗ୍ୟାସ ସବସିଡି ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡରର ମୁଲ୍ୟ ଦିଲ୍ଲୀରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ଏହାଛଡା ବାଣିଜିକ ବ୍ୟବସାୟରେ ବ୍ୟବହୃତ ହେଉଥିବା ସିଲିଣ୍ଡରର ମୁଲ୍ୟ ୬ ଟଙ୍କା କମ କରିଦିଆଯାଇଛି ।

ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ ଏଲପଜିିର ମୁଲ୍ୟ ୭୧୯ଟଙ୍କା ହୋଇଛି । ଜାନୂଆରୀ ମାସରେ ଦିଲ୍ଲୀରେ ରୋଷେଇ ଗ୍ୟାସ ୬୯୪ ଟଙ୍କା ରେ ମିଳୁଥିଲା । ତୈଳ କମ୍ପାନୀ ଗୁଡିକ ସାଧାରଣତଃ ଭାବେ ମାସର ପ୍ରଥମ ତାରିଖରେ ଦର ବୃଦ୍ଧି କରିଥାନ୍ତି । ମାତ୍ର ଏହି ବର୍ଷ ବଜେଟ ଆସିବା କାରଣରୁ ମାସର ପ୍ରଥମ ତାରିଖରେ ଏଲପିଜି ଦରରେ କୌଣସି ବୃଦ୍ଧି କରାଯାଇନଥିଲା ।

ଏହାଛଡା ୨୦୨୧ ଜାନୁଆରୀରେ ମଧ୍ୟ ଘରୋଇ ତୈଳ କମ୍ପାନୀ ଗୁଡିକ ଉପଭୋକ୍ତା ମାନଙ୍କ ପାଇଁ କୌଣସି ଦର ବୃଦ୍ଧି କରିନଥିଲେ କିନ୍ତୁ ବାଣିଜିକ ବ୍ୟବସାୟରେ ବ୍ୟବହୃତ ହେଉଥିବା ଗ୍ୟାସ ସିଲିଣ୍ଡର ଗୁଡିକ ୧୯ କେଜି ସିଲିଣ୍ଡର ପାଇଁ ୧୭ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ ।

ଘରୋଇ ଗ୍ୟାସର ମୁଲ୍ୟ-

ଇଣ୍ଡିଆନ ଅଏଲର ୱେବସାଇଟ ଅନୁସାରେ ୪ ଫେବୃଆରୀ ୨୦୨୧ରୁ ଦିଲ୍ଲୀରେ ୧୪.୨ କେଜି ବିନା ସବସିଡି ଏଲପିଜି ବ୍ୟବହାର କରୁଥିବା ସିଲିଣ୍ଡର ର ମୁଲ୍ୟ ୭୧୯ଟଙ୍କା , ମୁମ୍ବାଇରେ ୭୧୯ ଟଙ୍କା, ଚେନ୍ନାଇରେ ୭୩୫ ଟଙ୍କା ଓ କୋଲକାତାରେ ୭୩୫ ଟଙ୍କା ବୃଦ୍ଧି କରାଯାଇଛି ।

ଏ ଏହା ହେଉଛି ବାଣିଜିକ କ୍ଷେତ୍ରରେ ବ୍ୟବହାର ହେଉଥିବା ଗ୍ୟାସ ସିଲିଣ୍ଡରର ମୁଲ୍ୟ –

ଇଣ୍ଡିଆନ ଅଏଲର ୱେବସାଇଟ ଅନୁସାରେ ୧୯ କେଜି ବାଣିଜିକ ଏଲପିଜି ସିଲିଣ୍ଡରର ମୁଲ୍ୟ ୪ ଫେବୃଆରୀ ୨୦୨୧ରୁ ଦିଲ୍ଲୀରେ ୧୫୩୩ ଟଙ୍କା, କୋଲକାତାରେ ୧୫୯୮ ଟଙ୍କା, ମୁମ୍ବାଇରେ ୧୪୮୨ ଟଙ୍କା ରହିବ ।

ଜାନୂଆରୀରେ ତୈଳ କମ୍ପାନୀ ଗୁଡିକ ଦର ବୃଦ୍ଧି କରିନଥିଲେ କିନ୍ତୁ , ଏହା ପୂର୍ବରୁ ଡିସେମ୍ବରରେ ତୈଳ କମ୍ପାନୀ ଗୁଡିକ ଘରୋଇ ଗ୍ୟାସ ସିଲିଣ୍ଡରରେ ୨ ଥର ୧୦୦ ଟଙ୍କା ବୃଦ୍ଧି କରିଥିଲେ । କମ୍ପାନୀ ପ୍ରଥମେ ୨ ଡିସେମ୍ବରକୁ ୫୦ ଟଙ୍କା ଓ ଏହାପରେ ୧୫ ଡିସେମ୍ବରରେ ୫୦ ଟଙ୍କା ବଢାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking