30.1 C
Bhubaneswar
Wednesday, April 24, 2024
Homeଓଡିଶାବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଣ୍ଟ, ୨୭ରେ ଉଦଘାଟନ କରିବେ ଉପ-ରାଷ୍ଟ୍ରପତି

ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଣ୍ଟ, ୨୭ରେ ଉଦଘାଟନ କରିବେ ଉପ-ରାଷ୍ଟ୍ରପତି

ଭୁବନେଶ୍ୱର: ରାଜ୍ୟରେ ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଟଣୀଠାରେ ଏଲପିଜି ବଟଲିଂ ପ୍ଲାଣ୍ଟ ରହିଛି । ଚଳିତ ମାସ ୨୭ ତାରିଖରେ ବଲାଙ୍ଗୀରରେ ମହାରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ପେଟ୍ରୋଲିୟମ (ବିପିସିଏଲ) ପକ୍ଷରୁ ଆଉ ଗୋଟିଏ ବଲଟିଂ ପ୍ଲାଣ୍ଟ ଉଦ୍‌ଘାଟନ ହେବାକୁ ଯାଉଛି । ଏହାକୁ ମିଶାଇ ରାଜ୍ୟରେ ବଟଲିଂ ପ୍ଲାଣ୍ଟ ସଂଖ୍ୟା ୫ ହେବ । ବଲାଙ୍ଗୀରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏହାକୁ ଉଦ୍‌ଘାଟନ କରିବେ ।
ଏଥିସହିତ ଆଗାମୀ ଦିନରେ ତୈଳ ବିପଣନ କମ୍ପାନି ଗୁଡ଼ିକ ପକ୍ଷରୁ ଖୋର୍ଦ୍ଧା ଏବଂ ରାୟଗଡ଼ାଠାରେ ଦୁଇଟି ବଟଲିଂ ପ୍ଲାଣ୍ଟ୍ ସ୍ଥାପନ ଯୋଜନା ରହିଛି। ଏହା କାର‌୍ୟ୍ୟକ୍ଷମ ହେଲେ ରାଜ୍ୟରେ ଏଲପିଜି ବଟଲିଂ ପ୍ଲାଣ୍ଟ୍ ସଂଖ୍ୟା ୭କୁ ବୃଦ୍ଧି ପାଇବ। ବର୍ଷକୁ ୪.୦୬ କୋଟି ଏଲ୍ପିଜି ସିଲିଣ୍ଡର ଭରା ହେବ: ୨୦୧୪ରେ ରାଜ୍ୟରେ କମ୍ପାନି ଗୁଡ଼ିକର ଏଲ୍ପିଜି ସିଲିଣ୍ଡର ବଟଲିଂ କ୍ଷମତା ୧ କୋଟି ୪୮ ଲକ୍ଷ ରହିଥିଲା। ୨୦୧୯ରେ ବର୍ତ୍ତମାନ ଏହା ୨.୯୬ କୋଟି ରହିଛି। ବଲାଙ୍ଗୀର ସମେତ ଖୋର୍ଦ୍ଧା ଏବଂ ରାୟଗଡ଼ାଠାରେ ପ୍ରସ୍ତାବିତ ନୂଆ ପ୍ଲାଣ୍ଟ୍ କାର‌୍ୟ୍ୟକ୍ଷମ ହେଲେ ରାଜ୍ୟରେ ବାର୍ଷିକ ମୋଟ ସିଲିଣ୍ଡର୍ ବଟଲିଂ କ୍ଷମତା ୪.୦୬ କୋଟିକୁ ବୃଦ୍ଧି ପାଇବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking