34.1 C
Bhubaneswar
Friday, March 29, 2024
Homeଓଡିଶା୧୫ ଯାଏଁ ବର୍ଷା

୧୫ ଯାଏଁ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନେଇ ପାଣିପାଗ ବିଭାଗ ତାଜା ସୂଚନା ପ୍ରଦାନ କରିଛି । ସୂଚନା ଅନୁସାରେ, ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁଇବ ଏବଂ ପରେ ଓଲମାର୍କରେ ପରିଣତ ହେବ ବୋଲି ପୂର୍ବନୁମାନ କରାଯାଇଛି । ଫଳରେ ଆଜି ଓ ଆସନ୍ତାକାଲି ଉତ୍ତର, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ,ରାୟଗଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ସେହି ଜିଲ୍ଲାଗୁଡିକରେ ଭୀଷଣ ବର୍ଷାର ଆଶଙ୍କା କରାଯାଇଛି । ସେହିଭଳି ଗଂଜାମ, ପୁରୀ, କନ୍ଧମାଳ ଓ କଳାହାଣ୍ଡିକୁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୧୪ ଜିଲ୍ଲାରେ ଝଡ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, କନ୍ଧମାଳ, ଗଂଜାମ, ଯାଜପୁର, ଭଦ୍ରକ ଓ ନୟାଗଡକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୧୫ ତାରିଖ ଯାଏଁ ବର୍ଷା ସାଙ୍ଗକୁ ଝଡ ତୋଫାନ ଲାଗି ରହିବ । ଏହାସହ ୨ରୁ ୩ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାଫଳରେ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ୧୨ ତାରିଖ ଯାଏଁ ମତ୍ସଜୀବିଙ୍କୁ ପ୍ରବେଶ ବାରଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking