30.1 C
Bhubaneswar
Thursday, April 25, 2024
Homeଓଡିଶା୨୯ରେ ଆଉ ଏକ ଲଘୁଚାପ !

୨୯ରେ ଆଉ ଏକ ଲଘୁଚାପ !

ଭୁବନେଶ୍ୱର : କିଛିଦିନ ତଳେ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଡିପ୍ରେସନ ଦୁର୍ବଳ ହୋଇ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହୋଇଥିବା ବେଳେ ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଅକ୍ଟୋବର ୨୯ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଅକ୍ଟୋବର ୨୯ ଯାଏ ରାଜ୍ୟରେ ପାଣିପାଗ କେମିତି ରହିବ ସେନେଇ ପାଣିପାଗ ବିଭାଗ ଆକଳନ କରିଛି । ଅକ୍ଟୋବର ୨୫ରେ ଉପକୂଳ ଓଡ଼ିଶା ଜିଲ୍ଲା ଗୁଡ଼ିକ, କେନ୍ଦୁଝର, ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାକି ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିପାରେ। ଅକ୍ଟୋବର ୨୬ରେ ଉପକୂଳ ଓଡ଼ିଶା ଜିଲ୍ଲା ଗୁଡ଼ିକ,କନ୍ଧମାଳ,ରାୟଗଡ଼ା ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ବାକି ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିପାରେ । ସେହିପରି ଅକ୍ଟୋବର ୨୭ରେ ଉପକୂଳ ଓଡ଼ିଶା ଜିଲ୍ଲା ଗୁଡ଼ିକ, ମାଲକାନଗିରି, କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଓ ବାକି ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଅକ୍ଟୋବର ୨୮ ଓ ୨୯ରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking