31.1 C
Bhubaneswar
Friday, March 29, 2024
Homeଓଡିଶାପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ

ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ

ନବରଙ୍ଗପୁର : ପ୍ରେମ ପାଇଁ ଜୀବନ ହାରି ଦେଲେ ପ୍ରେମୀ ଯୁଗଳ । ଗୋଟିଏ ପରିବାରର ଦୁଇ ସମ୍ପର୍କୀୟ ହୋଇଥିବାରୁ ଦୁହିଁଙ୍କ ପ୍ରେମକୁ ମିଳିଲାନି ସ୍ୱୀକୃତି । ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲେ ଏଇ ପ୍ରେମୀ ଯୁଗଳ । ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ବଗିଚାରେ ଆଜି ସକାଳେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ପ୍ରେମୀ ଯୁଗଳ ସମ୍ପର୍କୀୟ ଗୋଟିଏ ପରିବାରର ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତ ଅନ୍ତର୍ଗତ ଦାମାପାଲା ଗ୍ରାମର ଡମ୍ବୁରୁଧର ହରିଜନ (୧୯) ଓ ଡାବୁଗାଁ ଥାନା ଜବାଗୁଡ଼ା ଗ୍ରାମର ତିଲାଇ ହରିଜନ( ୨୦) ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଗଡି ଉଠିଥିଲା ।

ଡମ୍ବୁରୁଧର ହରିଜନର ମାମୁଁ ଲାଇବାନ ହରିଜନ ଜବାଗୁଡ଼ା ଗ୍ରାମରେ ରହୁଥିବା ବେଳେ ମାମୁଁ ଲାଇବାନର ଝିଅ ତିଲାଇ ହରିଜନ ସହ ଗତ କିଛି ବର୍ଷ ହେଲା ଡମ୍ବୁରୁଧର ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମୀ ଯୁଗଳ ଡମ୍ବୁରୁ ଓ ତିଲାଇ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ବଗିଚାକୁ ଯାଇ ରାତ୍ର ସମୟରେ ଗଛରେ ଏକ ଗାମୁଛାରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ବୁଧବାର ସକାଳୁ କାଜୁ ବଗିଚା ଦେଇ ଯାତାୟାତ କରୁଥିବା ଲୋକେ ଦୁଇ ପ୍ରେମିଯୁଗଳଙ୍କ ଝୁଲନ୍ତା ଶବ ଦେଖିଥିଲେ । ଜବାଗୁଡ଼ା ଗ୍ରାମରେ ଏହା ପ୍ରଚାର ହେବା ପରେ ପ୍ରେମୀ ଯୁଗଳଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।ପ୍ରେମୀ ଯୁଗଳଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରେମକୁ ନେଇ ଉଭୟ ପରିବାର ସ୍ୱୀକୃତି ଦେଇ ନ ଥିବାରୁ ଦୁହେଁ ଏଭଳି ପଦକ୍ଷେପ ନେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking