29.4 C
Bhubaneswar
Thursday, April 18, 2024
Homeଅପରାଧପ୍ରେମ,ପ୍ରତାରଣା,ପରକୀୟା ପ୍ରୀତିର କରୁଣ କାହାଣୀ....

ପ୍ରେମ,ପ୍ରତାରଣା,ପରକୀୟା ପ୍ରୀତିର କରୁଣ କାହାଣୀ….

ଗଜପତି: କପାଳ ଲିଖନ କିଏ କରିବ ଆନ । ଓଡିଆରେ ଘରେ ଘରେ ଏହି ବାକ୍ୟଟି ବେଶ୍ ପରିଚିତ । ଏକ ଶିଶୁ କନ୍ୟାଟି, ଜନ୍ମ ହେଲା ଓଡିଶାରେ, ହେଲେ ତା ନା’ ଦେଲା ପ୍ରଶାସନ । ୯ମାସ କୋଳେଇ କାଖେଇ ବଢାଇବା ପରେ ଏବେ କିନ୍ତୁ ଶିଶୁ ପାଇଛି ପଶ୍ଚିମବଙ୍ଗରୁ ବାପ ମା’ । ଆଉ ପାଇଛି ନୂଆଁ ନା ନୂଆ ଠିକଣା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଗଜପତି ଜିଲ୍ଲାରୁ । ଗତକାଲି ସନ୍ଧ୍ୟାରେ ହଠାତ୍ ଗହଳଚହଳ ହୋଇଉଠିଥିଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଅନ୍ୟ ସରକାରୀ କାମରେ ଗଜପତି ଜିଲ୍ଲା ଗସ୍ତରେ ଓଡିଶାର ମନ୍ତ୍ରୀ ଟୁକୁନି ସାହୁ ଆସୁଥାନ୍ତି । ସେପଟେ ପଶ୍ଚିମବଙ୍ଗର ଏକ ପରିବାର ବର୍ଗ ମଧ୍ୟ ମନ୍ତ୍ରୀଙ୍କ ଆଗମନଙ୍କୁ ଚାହିଁ ବସିଥାନ୍ତି । ଗଜପତି ଜିଲ୍ଲାପ୍ରଶାସନ ସମସ୍ତଙ୍କୁ ପାଛୋଟି ନେଉଥାନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟ।।ଳୟକୁ । ଏସବୁ ଘଟଣା ଚକ୍ର ମଧ୍ୟରେ ଗୋଟିଏ ୯ମାସର ଶିଶୁ କନ୍ୟା ଆଖି ମିଟିମିଟି କରି ଜଣେ ମହିଳାଙ୍କ କୋଳରୁ ଅନାଉଥାଏ । ଭାବୁଥାଏ କଣ ଏ ଗହଳି, କାହିଁକି ଏତେ ଲୋକ, କେଉଁ ଗୋଟିଏ ନୂଆଁ ଜାଗାକୁ ମୁଁ ଆସିଛି । କିନ୍ତୁ ସେ ଜାଣିନଥିଲା ତାହାର ଠିକଣା ପରିବର୍ତ୍ତନ ହେବ ଆଉ ତାକୁ ମିଳିଯିବ ନୂଆଁ ବାପା ମା’ । ଠିକ ସେତିକି ବେଳେ ମନ୍ତ୍ରୀ ଟୁକୁନି ସାହୁ ଶିଶୁ କନ୍ୟାଟିକୁ କୋଳେଇ ନେଲେ ଓ ଜିଲ୍ଲାପ୍ରଶାସନର ଉପସ୍ଥିତିରେ ପଶ୍ଚିମ ବଙ୍ଗର ଆସିଥିବା ଏକ ଦମ୍ପତୀଙ୍କୁ ଶିଶୁ କନ୍ୟାଟିକୁ ସମର୍ପି ଦେଲେ ।
କିନ୍ତୁ ଏହି ତମ୍ମନ୍ନାର ଅତିତ ଅତି ଦୁଖଃଭରା । ୯ମାସ ତଳର କାହାଣୀ । ତମ୍ମନ୍ନାକୁ ଗଜପତି ଜିଲ୍ଲା ପ୍ରଶାସନ ବ୍ରହ୍ମପୁର ଏମକେସିଜିରୁ ପାରଳଖେମୁଣ୍ଡି ସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ଆଣି ଆସିଥିଲେ । କାରଣ ଆର.ଉଦୟଗିରି ଅଞ୍ଚଳର ଜଣେ ବ୍ୟକ୍ତି ବିବାହୀତ ହୋଇ ମଧ୍ୟ ଜଣେ ଅବିବାହୀତ ଯୁବତୀଙ୍କୁ ପ୍ରେମର ଜାଲରେ ଫସାଇ ଗର୍ଭବତୀ କରିଥିଲେ । ଯାହାକୁ ଲୋକଲଜ୍ୟା ଭାବୀ ସେହି ଯୁବତୀର ପରିବାର ଗୁପ୍ତ ରଖିଲେ ଘଟଣାକୁ । ପ୍ରସବ ବେଦନା ଆସିବାରୁ ପ୍ରଥମେ ଅବିବାହୀତ ଗର୍ଭବତୀ ଯୁବତୀ ଜଣଙ୍କୁ ଆର.ଉଦୟଗିରି ପରେ ପାରଳାଖେମୁଣ୍ଡି ଚିକିତ୍ସା କେନ୍ଦ୍ରକୁ ଅଣାଗଲା । ଆଉ ଏହି କଥା ଜାଣିବା ପରେ ଜିଲ୍ଲା ପ୍ରଶାସନ ଗର୍ଭବତୀ ଅବିବାହୀତ ଯୁବତୀଙ୍କ ସାହାରା ହେବାକୁ ଅଣ୍ଟା ଭିଡିଲା । ଚାଇଲଡଲାଇନ, ଶିଶୁ ସୁରକ୍ଷା ୟୁନିଟ ଓ ସିଡବ୍ଲୁସି ସବୁ ଲାଗିପଡିଲେ । ବାଧ୍ୟ ହୋଇ ପ୍ରଶାସନ ଯୁବତୀ ଓ ତାର ସନ୍ତାନକୁ ବଞ୍ଚାଇବା ପାଇଁ ବ୍ରହ୍ମପୁର ଏମକେସିଜିକୁ ସୁରକ୍ଷୀତ ପ୍ରସବ ପାଇଁ ନେଇଗଲେ । କିନ୍ତୁ ସେଠାରେ ଯୁବତୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ଆରପାରୀକୁ ଚାଲିଗଲେ । ସେଠାରୁ ଏହି ଶିଶୁ କନ୍ୟାକୁ ଗଜପତି ଜିଲ୍ଲାପ୍ରଶାସନ ତମ୍ମନ୍ନା ବୋଲି ନାମକରଣ କରିବା ସହ ଳାଲଣ ପାଳନ କରୁଥିଲେ । ଏପଟେ ପଶ୍ଚିମ ବଙ୍ଗର ଦମ୍ପତୀ ଗତ ୩ବର୍ଷ ପୂବେ ପୋଷ୍ୟ ସନ୍ତାନ ପାଇଁ ସରକାରକୁ ଆବେଦନ କରିଥିଲେ । ଯିଏକି ୧୯ ବର୍ଷ ହେବ ସନ୍ତାନ୍ତ ଅପେକ୍ଷାରେ ଥିଲେ । ଆଉ ଏପଟେ ଜନ୍ମରୁ ବାପା-ମା’ କିଏ ଜାଣିନଥିବା ହତଭାଗା ତମ୍ମନ୍ନା ପୋଷ୍ୟ ସନ୍ତାନ ଗୃହରେ ଥିଲା । ତେବେ ୧୯ବର୍ଷରେ ତମ୍ମନ୍ନାକୁ ସନ୍ତାନ ଭାବେ ପାଇ ପଶ୍ଚିମ ବଙ୍ଗର ଦମ୍ପତୀ ଏବେ ବେଶ ଖୁସି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking