26.1 C
Bhubaneswar
Friday, March 29, 2024
Homeଓଡିଶାପ୍ରେମିକର ପରିବାର ଲୋକଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ପ୍ରେମିକର ପରିବାର ଲୋକଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

କେନ୍ଦୁଝର: ପ୍ରେମିକର ପରିବାର ଲୋକଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା । ତାଙ୍କୁ ଲୁଚାଇ ଅନ୍ୟ ଝିଅ ସହ ବିବାହ ପାଇଁ ପ୍ରେମିକର ପରିବାର ଲୋକ ଯୋଜନା କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ମଧୁକେଶରୀ ଗାଁରୁ ଆସିଛି ଏଭଳି ଅଭିଯୋଗ । ସୂଚନା ଅନୁଯାୟୀ, ମଧୁକେଶରୀ ଗାଁର ଅଭିଜିତ୍ ମିଶ୍ର ତାଙ୍କର ଜଣେ ସହକର୍ମୀଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ । ତେବେ ସଂପୃକ୍ତ ଯୁବତୀ ଜଣଙ୍କ ପୂର୍ବରୁ ବାହା ହୋଇଛନ୍ତି । ତାଙ୍କର ଏକ ଝିଅ ଅଛି ବୋଲି ଜାଣିବା ପରେ ବି ଅଭିଜିତ୍ ତାଙ୍କ ସମ୍ପର୍କରେ ଥିଲେ । କିନ୍ତୁ ଏନେଇ ପରିବାର ଲୋକେ ଜାଣିବା ପରେ ଅନ୍ୟ ଏକ ଝିଅ ସହିତ ତାଙ୍କ ବାହାଘର ଠିକ୍ କରିଥିଲେ । ଏ ସମ୍ପର୍କରେ ଯୁବତୀ ଜଣକ ଜାଣିବା ପରେ ବିବାହକୁ ବିରୋଧ କରିଥିଲେ । ଫଳରେ ଅଭିଜିତଙ୍କ ପରିବାର ଲୋକେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିବା ନେଇ ପ୍ରେମିକା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଏ ମାମଲାରେ ପୋଲିସ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବ ବୋଲି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking