31.1 C
Bhubaneswar
Tuesday, April 23, 2024
Homeଓଡିଶାପ୍ରେମିକକୁ ଚୂନ ଲାଗିଲା ପ୍ରେମିକ, ୫ ଲକ୍ଷ ଲୁଟିନେଲା

ପ୍ରେମିକକୁ ଚୂନ ଲାଗିଲା ପ୍ରେମିକ, ୫ ଲକ୍ଷ ଲୁଟିନେଲା

ଗଞ୍ଜାମ: ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର କେନାଲ୍ ସାହି ନିବାସୀ ତଥା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟାପିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକ ତାଙ୍କ ଏକାଉଣ୍ଟରୁ ୫ ଲକ୍ଷ ୪୦ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଏତଲାକାରୀଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି । ଗତ ଫେବୃୟାରୀ ୧୩ ତାରିଖରେ ଏନେଇ ସାଇବର ଥାନାରେ ମାମଲା ରୁଜୁ ହୋଇଛି । ସାଇବର ଥାନାର ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ କଳ୍ପନା କାଉଁରୀ ତଦନ୍ତଭାର ଗ୍ରହଣକରି ତଦନ୍ତ ଜାରି ରଖିଥିବା ବେଳେ ଏତଲାକାରୀ ତଥା ଅଧ୍ୟାପିକା କୋର୍ଟରେ ହାଜର ହେବା ପରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଚୁନି ନାୟକଙ୍କ କୋର୍ଟରେ ଧାରା ୧୬୪ ପ୍ରକାରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି । ବିବାହ ପ୍ରତିଶ୍ରୁତି ଦେଇ ୫ ଲକ୍ଷ ୪୦ହଜାର ଟଙ୍କା ଅଧ୍ୟାପିକାଙ୍କ ଆକାଉଣ୍ଟରୁ ପ୍ରେମିକ ଜିନୁ ସାହାଣୀ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଜଣାପଡିଛି । ଜିନୁ ସାହାଣୀଙ୍କ ଘର ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ । ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଜିନୁକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇନଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking