32.1 C
Bhubaneswar
Thursday, March 28, 2024
Homeଅପରାଧଦଗାଦିଆ ପ୍ରେମିକ : ଯୁବତୀଙ୍କୁ ଗର୍ଭବତୀ କରିବା ପରେ,ଶେଷରେ କ’ଣ କଲା ଜାଣନ୍ତୁ....

ଦଗାଦିଆ ପ୍ରେମିକ : ଯୁବତୀଙ୍କୁ ଗର୍ଭବତୀ କରିବା ପରେ,ଶେଷରେ କ’ଣ କଲା ଜାଣନ୍ତୁ….

ନୂଆଦିଲ୍ଲୀ : ପ୍ରେମ ଏକ ଖୁବ ସୁନ୍ଦର ଅନୁଭବ । ଦୁଇ ମନର ଅନ୍ତିମ ମିଳନ । ହେଲେ କିଛି ଏମିତି ପ୍ରେମିକ ଅଛନ୍ତି ଯେଉଁମାନଙ୍କ ପାଇଁ ପ୍ରେମ ବଦନାମ ହେଉଛି । ବେଳେ ବେଳେ ପ୍ରେମରେ ଧୋକ୍କା ପାଇବା ପରେ ବ୍ୟକ୍ତି ଆତ୍ମହତ୍ୟା ଭଳି ପଥକୁ ଆଦରି ନେଉଛନ୍ତି । ହେଲେ ଏପରି ଏକ ଘଟଣା ଦେଖାଦେଇଛି ଇଣ୍ଡୋନେସିଆର ବାଲି ଦ୍ୱୀପରେ । ଜଣେ ଯୁବତୀ ପ୍ରେମରେ ଠକିବା ପରେ ବାଧ୍ୟହୋଇ ଏକ ଖଣ୍ଡାକୁ ବିବାହ କରିଛନ୍ତି । ଘଟଣାଟି ଘଟିଛି ଇଣ୍ଡୋନେସିଆର ବାଲି ଦ୍ୱୀପରେ । ମେଲିନା ନାମକ ଏହି ଯୁବତୀ ଜଣକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ବିଶ୍ୱାସରେ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ହେଲେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ପରିବାର ଲୋକେ ଉକ୍ତ ଯୁବକଙ୍କ ସହ ବିବାହ କରିବାକୁ ଉଦ୍ୟମ କଲେ । ବିବାହ ପାଇଁ ସବୁ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହେଲା । ଯୁବକ ନିଜ ପ୍ରେମିକାଙ୍କୁ ବିବାହ ପାଇଁ ରାଜି ହେଲେ । ବେଦି ସଜା ହେଲା । ସବୁ କାର୍ଯ୍ୟକ୍ରମ ଧୁମଧାମରେ ଚାଲିଥିବା ବେଳେ ବିବାହର ୨ ଦିନ ପୂର୍ବରୁ ବର ଛୁ’ ମାରିଲେ । ଆଉ କନିଆଁ ସାଜିଥିବା ଯୁବତୀ ଜଣକ ମଣ୍ଡପରେ ବସିଥିବା ବେଳେ ପରିବାର ଲୋକେ କ’ଣ କରିବେ ଭାଙ୍ଗି ପଡିଥିଲେ । ଏହି ସମୟରେ ଯୁବତୀ ଜଣକ ପରିବାର ଲୋକଙ୍କ ସମ୍ମାନ ରଖିବାକୁ ଯାଇ ଏକ ଖଣ୍ଡାକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ଶେଷରେ ତାହା ହିଁ ହେଲା । କନିଆ ଜଣକ ନିଜର ଗର୍ଭରେ ଥିବା ସନ୍ତାନକୁ ନାମ ଦେବା ପାଇଁ ଖଣ୍ଡାକୁ ବିବାହ କଲେ । ୨୨ ବର୍ଷର ମେଲିନାଙ୍କ ବିବାହ ହିନ୍ଦୁ ଧର୍ମ ଅନୁଯାୟୀ ହୋଇଛି । ମା’ ହେବାକୁ ଥିବା ମେଲିନାଙ୍କ ବିବାହ ଜାନୁଆରୀ ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ହିନ୍ଦୁ ଧର୍ମ ଅନୁଯାୟୀ, ଖଣ୍ଡା ପୁରୁଷତ୍ୱକୁ ଦର୍ଶାଇଥାଏ । ତେଣୁ ଯଦି କାହାର ବିବାହ ବେଳେ ବର ନ ଆସିଲେ ଠକିଦେଲେ କିମ୍ବା ମୃତ୍ୟୁ ହୋଇଗଲା, ଏହି ସମୟରେ କନ୍ୟାକୁ ଏକ ଖଣ୍ଡା ସହ ବିବାହ କରିବାର ବ୍ୟବସ୍ଥା ରହିଛି । ଯାହା ଫଳରେ କନ୍ୟାର ସମ୍ମାନ ରକ୍ଷା ହେବା ସହ ପରିବାରର ସମ୍ମାନ ମଧ୍ୟ ରକ୍ଷା ହୋଇପାରିବ । ଏହି ପରମ୍ପରା ଅନୁଯାୟୀ ମେଲିନା ସେଦିନ ଏକ ଖଣ୍ଡାକୁ ବିବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking