33.1 C
Bhubaneswar
Thursday, April 25, 2024
Homeଅପରାଧଧୋକାବାଜ ପ୍ରେମିକ : ବିବାହ କରିବାକୁ ନେଇ କଣ କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଧୋକାବାଜ ପ୍ରେମିକ : ବିବାହ କରିବାକୁ ନେଇ କଣ କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସୁନ୍ଦରଗଡ : ବିବାହ କରିବାର ପ୍ରତିଶୃତି ଦେଇ ଦଲାଲ ହାତକୁ ଟେକିଦେଲା ପ୍ରେମିକ । ଏଭଳି ଏକ ଲଭ ଓ ଧୋକା ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ ।ଏଭଳି ବି ଶୈତାନ ପ୍ରେମିକ ଅଛନ୍ତି । ଆହୁରି ଦୁଃଖଦାୟକ ଘଟଣା ହେଉଛି ପୁଲିସର ଖାମଖିଆଲି ପଦକ୍ଷେପ। ପ୍ରେମିକର ଧୋକା ଠାରୁ ବାଲିଗଲା ପୁଲିସର ବ୍ୟବହାର । ସ୍ବେଛାସେବୀ ସଂଗଠନ ସହାୟତାରେ ଉଦ୍ଧାର ହେଲେ ଯୁବତୀ ।
ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତା ପଞ୍ଚାୟତର ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ଶଙ୍କର ବାଗେ ନାମକ ଯୁବକ ଭଲପାଉଥିଲେ । ଯୁବତୀଙ୍କୁ ବିବାହ କରିବେ ବୋଲି ନିର୍ଭର ପ୍ରତିଶୃତି ମଧ୍ୟ ଦେଇଥିଲେ । ରାଜ୍ୟ ବାହାରକୁ ଯାଇ ବିବାହ କରିବାକୁ ଶଙ୍କର ପ୍ରସ୍ତାବ ଦେଇଥିଲା। ଶଙ୍କରର ଚାଲ ବିଷୟରେ ଯୁବତୀ ଜଣକ ଟେର ପାଇନଥିଲେ । ଶଙ୍କର ମନରେ ଯେ ସୈତାନ ବୁଦ୍ଧି ଖେଳୁଛି ତାହା ଯୁବତୀ ଜଣକ ଜାଣିବାର ସୁଯୋଗ ମଧ୍ୟ ନ ଥିଲା । ଦିଲ୍ଲୀରେ ଯାଇ ବିବାହ କରିବାକୁ ଶଙ୍କରର ପ୍ରସ୍ତାବକୁ ଯୁବତୀ ଗ୍ରହଣ କରିଥିଲେ । ଯୁବତୀ ଜଣକ ଶଙ୍କର କଥାରେ ଘରୁ ପଳାଇ ଆସିଥିଲେ । ଉଭୟ ଗତ ୩ ତାରିଖରେ ଦିଲ୍ଲୀ ଯାଇଥିଲେ। ୪ ତାରିଖ ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିଥିଲେ । ଦିଲ୍ଲୀର ପଞ୍ଜାବୀ ବାଗରେ ଥିବା ଏକ ଅଫିସକୁ ନେଥିଲେ । ସେଠାରେ ଯୁବତୀଙ୍କୁ ଛାଡି କାମ ବାହାନାରେ ପଳାଇଥିଲେ। ପରେ ଯୁବତୀ ଜଣକ ଜାଣିବାକୁ ପାଇଲେ ଯେ ତାଙ୍କୁ ଶଙ୍କର ସେଠାରେ ବିକ୍ରି କରିଦେଇ ପଳାଇଛି । ଏକଥା ଜାଣିବା ପରେ ଯୁବତୀଜଣକ କଣ କରିବେ ଆଉ ତାଙ୍କୁ ବୁଦ୍ଧି ବାଟ ଦେଖାଗଲା ନାହିଁ ।
ଆଉ ବାଟ ନ ପାଇ କୌଶଳ କରି ଲୁଚିକି ଫୋନରେ ଏ ବାବଦରେ ଘର ଲୋକଙ୍କୁ ଜଣାଇଥିଲେ । ଯୁବତୀଙ୍କ ବାପା ଜାଣିବାପରେ ଚାନ୍ଦିପୋଷ ଥାନାରେ ଏନେଇ ଏତଲା ଦେଇଥିଲେ। ଏ ଖବର ପାଇବା ପରେ ପୁଲିସ ତତକ୍ଷଣତ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପରେ ଆସିବାକୁ କହିଥିଲେ। ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ପରିବାର ବର୍ଗ ଏ ବାବଦରେ ସମାଜସେବୀ ଚାନ୍ଦମଣି ସ୍ୟାଣ୍ଡିଲଙ୍କୁ ଜଣାଇଥିଲେ । ସେ ୮ ତାରିଖ ଥାନାକୁ ଯାଇଥିଲେ। ମାତ୍ର ୧୨ ତାରିଖ ପୂର୍ବରୁ ପୁଲିସ୍‌ ଦିଲ୍ଲୀ ଯିବାକୁ ସଫା ମନା କରିଦେଲା ।
ଏପଟେ ଦଲାଲମାନେ ଯୁବତୀଙ୍କୁ ୯ ତାରିଖରେ ଅନ୍ୟତ୍ର ନେଇଯିବାକୁ ଯୋଜନା କରୁଥିବା ସେ ଜାଣି ପାରିଲେ। ତୁରନ୍ତ ଯୁବତୀ ଜଣଙ୍କ ଏନେଇ ପରିବାର ଲୋକଙ୍କୁ ଜଣାଇବା ସହ ତାଙ୍କୁ ତୁରନ୍ତ କିପରି ହେଉ ଉଦ୍ଧାର କରିବାକୁ କହିଲେ । ଏ ବିଷୟରେ ସମାଜସେବୀଙ୍କୁ ପରିବାର ଲୋକେ ଜଣାଇବାରୁ ସେ ଦିଲ୍ଲୀରେ ଥିବା ଅନ୍ୟ ଏକ ମହିଳା ସମାଜସେବୀ ସଂସ୍ଥାକୁ ଜଣାଇ ସହାୟତା ଲୋଡ଼ିଥିଲେ । ଦିଲ୍ଲୀର ଉକ୍ତ ସଙ୍ଗଠନ କର୍ମକର୍ତ୍ତା ଯୁବତୀଙ୍କୁ ଉଦ୍ଧାର କରି ରାଉରକେଲା ପଠାଇଲେ । ମଙ୍ଗଳବାର ସନ୍ଧ୍ୟାରେ ଯୁବତୀଜଣଙ୍କ ରାଉରକେଲାରେ ପହଞ୍ଚିଛନ୍ତି। ବୁଧବାର ଥାନାରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି ।
ଧୋକାବାଜ ପ୍ରେମିକର ପ୍ରତାରଣା ଠାରୁ ପୁଲିସର ପ୍ରତାରଣା ଯୁବତୀଙ୍କ ଜୀବନକୁ ଦୁର୍ବିସହ କାରିଥାନ୍ତା । ଯୁବତୀ ଜଣକ ଘରକୁ ଆଉ ଫେରି ପାରିଥାନ୍ତେକି ନାହିଁ ତାହା ସନ୍ଦେହ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking