30.1 C
Bhubaneswar
Wednesday, April 24, 2024
Homeଅପରାଧଖାଲି ଶରୀରର ଭୋକ ମେଣ୍ଟାଇବା ପାଇଁ ରଖୁଥିଲେ ଶାରୀରିକ ସମ୍ପର୍କ....

ଖାଲି ଶରୀରର ଭୋକ ମେଣ୍ଟାଇବା ପାଇଁ ରଖୁଥିଲେ ଶାରୀରିକ ସମ୍ପର୍କ….

ସୁନ୍ଦରଗଡ଼ : ପ୍ରେମ କଲେ ପ୍ରତିଶୃତି ବି ଦେଲେ, ହେଲେ ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ମିଳିଛି କେବଳ ପ୍ରତାରଣା । ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳରୁ ଆସିଛି ଏଭଳି ସଙ୍ଗୀନ୍ ଅଭିଯୋଗ । ଜଣେ ମହିଳା ବୀରେନ୍ଦ୍ର ରଥ ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ଏ ନେଇ ମହିଳା ଜଣକ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଥିବାବେଳେ ଅଭିଯୁକ୍ତ ବ୍ୟବସାୟୀ ଅଭିଯୋଗକୁ ଖଣ୍ଡନ କରିବା ସହ ମହିଳା ଜଣକ ତାଙ୍କୁ ବ୍ଲାକ୍‌ମେଲିଂ କରୁଥିବା ନେଇ ପାଲଟା ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ମହିଳାଙ୍କ କହିବା ଅନୁସାରେ, ‘ସେ ବିଧବା ମହିଳା । ତାଙ୍କର ଗୋଟେ ଛୋଟ ଝିଅ ମଧ୍ୟ ଅଛି । ମହିଳା ଜଣକ ଟ୍ରାନ୍ସପୋର୍ଟ ବ୍ୟବସାୟକୁ ନେଇ ବୀରେନ୍ଦ୍ର ରଥ ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରିଥିଲେ । ଉଭୟଙ୍କ ମଧ୍ୟରେ ଧିରେ ଧିରେ କଥାବାର୍ତ୍ତା ବଢିଥିଲା । ଯାହା ଦ୍ୱାରା ସେ ଜାଣିବାକୁ ପାଇଥିଲେ କି ବୀରେନ୍ଦ୍ରଙ୍କ ଡିଭୋର୍ସ ହୋଇଯାଇଛି । କିଛି ଦିନର କଥାବାର୍ତ୍ତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇଥିଲା । ଯାହା ପରେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ଜଣକ ମହିଳାଙ୍କୁ ପ୍ରତିଶୃତି ପରେ ପ୍ରତିଶୃତି ଦେଇଚାଲିଥିଲେ । ଏହିପରି ଭାବରେ ପ୍ରେମର ପ୍ରଲୋଭନ ଦେଖାଇ ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ । ଏମିତିକି ବିବାହର ପ୍ରଲୋଭନ ଦେଖାଇ ପୁରୁଷ ଜଣକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଶେଷରେ ମହିଳା ଜଣକ ଜାଣିବାକୁ ପାଇଥିଲେ ଯେ ପୁରୁଷଙ୍କ ଡିଭୋର୍ସ ହୋଇନାହିଁ ବରଂ ସେ ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଆସୁଛନ୍ତି । ସମ୍ପୂର୍ଣ୍ଣ ସତ ଜାଣିବା ପରେ ମହିଳା ଜଣକ ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking