29.4 C
Bhubaneswar
Thursday, April 18, 2024
Homeଓଡିଶାପ୍ରେମ ପାଇଁ ଜେଲ ପରେ ବି ପ୍ରେମିକାକୁ ବିବାହ କଲେ

ପ୍ରେମ ପାଇଁ ଜେଲ ପରେ ବି ପ୍ରେମିକାକୁ ବିବାହ କଲେ

ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ ଥାନା ଝାରବନ୍ଧ ପଞ୍ଚାୟତ ଟେମିରିମାଲ ଗ୍ରାମର ପ୍ରେମୀ ଯୁଗଳ ୩ ବର୍ଷ ତଳେ ପରସ୍ପରକୁ ଭଲ ପାଇ ଫେରାର ହୋଇ ଯାଇଥିଲେ । ଦୁଇ ପରିବାର ଏହାକୁ ବିରୋଧ କରି ଝିଅ ଘର ଥାନାରେ ଅଭିଯୋଗ କରିଥିଲେ । ଝିଅର ବୟସ କମ ଥିବାରୁ ଉଭୟ ୧୩ ସେପ୍ଟେମ୍ବର ୨୦୧୭ରେ ଥାନାରେ ଆତ୍ମ ସମର୍ପଣ କରିଥିଲେ । ୧୭ ସେପ୍ଟେମ୍ବର ପ୍ରେମିକ ବାସୁଦେବ ଦୀପକୁ ପଦ୍ମପୁର ଜେଲକୁ ପଠାଯାଇଥିଲା । ବାସୁଦେବ ସେଠାରେ ୮ ମାସ ରହିବା ପରେ ଘରକୁ ଫେରିଥିଲେ । ଝିଅର ବୟସ ୧୮ ବର୍ଷରୁ କମ ଥିବାରୁ ପରିବାର ଲୋକ ଝିଅକୁ ଗ୍ରହଣ କରି ନ ଥିବାରୁ ବରଗଡ଼ ସିଡବ୍ଲୁସି ଝିଅଟିକୁ ପାଇକମାଳ କସ୍ତୁରବା ଗାନ୍ଧୀ ମାତୃନିକେତନରେ ଛାଡି ଥିଲେ । ସେଠାରେ ୩ ବର୍ଷ ରହିବା ପରେ ଫେବୃଆରୀ ୩ ତାରିଖ ଦିନ ୨୦୨୦ରେ ଝିଅକୁ ୧୮ ବର୍ଷ ହୋଇଥିଲା । ପ୍ରେମିକ ବାସୁ ଦେବ ଓ ପ୍ରେମିକା ସଙ୍ଗିତା ସାମିନିଙ୍କୁ ବରଗଡ଼ ସିଡବ୍ଲୁସିରେ ହାଜର କରାଯାଇଥିଲା । ଦୁହେଁ ଅନ୍ୟ ଜାତିର ହୋଇ ଥିବାରୁ ଝିଅ ଘର ପକ୍ଷରୁ ରାଜି ନ ହେବାରୁ ସିଡବ୍ଲୁସି ବରଗଡ ଠାରୁ ଅନୁମତି ଆଣି ପ୍ରେମୀ ଯୁଗଳ ମଙ୍ଗଳବାର ନୃସିହଂନାଥ ମନ୍ଦିରରେ ବିବାହ କରିଥିଲେ । କନ୍ୟା ମାତା ଭାବେ ସୁଧିରା ବେହେରା ଶୁଭ୍ରା ନାୟକ, ବାସୁଦେବର ବାପା କୈଳାସ ଦୀପ ଓ ମାଆ ରଙ୍ଗ ସୋଲା ଦୀପ ଓ ପୁଅ ଘରର ବନ୍ଧୁବାନ୍ଦବ, ପାଇକମାଳ ସରପଞ୍ଚ ଧବଳେଶ୍ୱର ସାହୁ, ମାତୃନିକେତନର ପରିଚାଳକ ନିର୍ମଳ ଗିରି, ସମାଜସେବୀ ମୋହନ ଜଗତ ପ୍ରମୁଖ ଯୋଗଦାନ କରିଥିବା ବେଳେ ପଣ୍ଡିତ ପରମାନନ୍ଦ ଦେବତା ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ । ପ୍ରେମ ପାଇଁ ଜେଲ ଗଲେ ବି ଉଭୟଙ୍କ ଭଲ ପାଇବା ଦୁଇ ଜଣକୁ ଶେଷରେ ଏକାଠି କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking