27.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରେମ ବିବାହ କରି ହଟହଟା ପ୍ରେମୀ ଯୁଗଳ

ପ୍ରେମ ବିବାହ କରି ହଟହଟା ପ୍ରେମୀ ଯୁଗଳ

କଣିହାଁ: ପ୍ରେମ ବିବାହ କରି ହଟହଟା ହୋଇଛନ୍ତି ପ୍ରେମୀ ଯୁଗଳ । ମାସେ ହେଲା ବାହାରେ ଘରଭଡ଼ା ନେଇ ରହୁଥିବା ନବ ବିବାହିତ ଦମ୍ପତିଙ୍କ ମଧ୍ୟରେ ପାଚେରୀ ସାଜିଛନ୍ତି ପରିବାର ଲୋକ । ଯୁବକଙ୍କୁ ପରିବାର ଲୋକେ ଉଠାଇ ନେଇଥିବା ବେଳେ ଯୁବତୀ ଜଣକ ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅନୁଗୁଳ ଥାନା ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମର ସିଦ୍ଧାନ୍ତ ନାୟକଙ୍କୁ ଏନ୍‌ଟିପିସି ଅଞ୍ଚଳର ଜଣେ ଯୁବତୀ ଭଲ ପାଉଥିଲେ । ମାସେ ପୂର୍ବେ ପରିବାର ଲୋକଙ୍କ ଅଗୋଚରରେ ଉଭୟ ପ୍ରେମ ବିବାହ କରିବା ସହ ଭୀମକାଣ୍ଡରେ ଏକ ଭଡ଼ା ଘର ନେଇ ରହୁଥିଲେ । ଯୁବକ ଜଣକ ଏନ୍‌ଟିପିସି ପ୍ଲାଣ୍ଟ୍‌ରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ବେଳେ ଯୁବତୀ ସ୍ଥାନୀୟ ଏକ ଘରୋଇ ସ୍କୁଲ୍‌ରେ ସେବିକା ଭାବେ କାର୍ଯ୍ୟ କରୁଛନ୍ତି ।

ଗତ ୨୩ ତାରିଖରେ ସିଦ୍ଧାନ୍ତ କାମକୁ ଯାଇ ଆଉ ଘରକୁ ଫେରିନଥିଲେ । ଯୁବତୀ ତାଙ୍କୁ ଖୋଜାଖୋଜି କରିବାରୁ ଯୁବକଙ୍କୁ ତାଙ୍କ ପରିବାର ଜୋରଜବରଦସ୍ତ ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଯୁବତୀ ଏନ୍‌ଟିପିସି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପଟେ ଯୁବତୀ ବାରମ୍ବାର ଥାନାକୁ ଦୌଡ଼ି ତୁରନ୍ତ ସିଦ୍ଧାନ୍ତଙ୍କୁ ଫେରାଇ ଆଣିବାକୁ ପୁଲିସକୁ ନେହୁରା ହେଉଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking