ପ୍ରେମିକଙ୍କୁ ପାଇବା ପାଇଁ ପ୍ରେମିକା କ’ଣ କଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଗଞ୍ଜାମ : ବ୍ରହ୍ମପୁର ସହର ନିକଟସ୍ଥ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଥିବା ବାବାଜି ଢାବା ଠାରେ ଗୁରୁବାର ସନ୍ଧ୍ୟାରେ ଏକ ହାଇକ୍ଲାସ୍ ଡ୍ରାମା ଦେଖିବାକୁ ମିଳିଛି । ଜଣେ ଯୁବତୀ ନିଜ ପ୍ରେମିକଙ୍କୁ ପାଇବା ପାଇଁ ପରିବାର ଲୋକଙ୍କ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବତୀଜଣକ ଜାତୀୟ ରାଜପଥରେ ଯାଉଥିବା ଦ୍ରୁତଗାମୀ ଟ୍ରକ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଯୁବତୀଙ୍କ ବାପା ଏବଂ ମା’ ଯୁବତୀଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଯୁବତୀ ଜଣକ ମାନୁନଥିଲେ । କାନ୍ଦି କାନ୍ଦି ମୋତେ ମରିବାକୁ ଦିଅ ନଚେତ ମୋର ପ୍ରେମିକ ନିକଟକୁ ନେଇଯାଅ ବୋଲି କହୁଥିଲେ । ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଜାମ୍ ହୋଇଥିଲା । ପରେ ସ୍ଥାନୀୟ ଲୋକେ ବହୁ କସରତ କରି ଯୁବତୀଙ୍କୁ ବୁଝାସୁଝା କରି ଘରକୁ ପଠାଇଥିଲେ । ଘଟଣା ଜାଣିବା ପରେ ପୁଲିସ ସେଠାରେ ପହଞ୍ôଚଥିଲା । ପୁଲିସ ପହଞ୍ôଚବା ପୁର୍ବରୁ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ଯୁବତୀଙ୍କୁ ନିଜ ଘରକୁ ନେଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here