26.1 C
Bhubaneswar
Friday, March 29, 2024
Homeଓଡିଶାପ୍ରେମିକାକୁ ଫେରି ପାଇବା ପାଇଁ ପ୍ରେମିକର ଧାରଣା

ପ୍ରେମିକାକୁ ଫେରି ପାଇବା ପାଇଁ ପ୍ରେମିକର ଧାରଣା

କେନ୍ଦ୍ରାପଡ଼ା : ‘ମୋ ସ୍ତ୍ରୀକୁ ମୋତେ ଫେରାଇ ଦିଅ, ମୁଁ ତାକୁ ବିବାହ କରିଛି । ଆମେ ଏକାଠି ରହୁଥିଲୁ , ତା’ ସହିତ ମୋର ସବୁ ପ୍ରକାର ସମ୍ପର୍କ ଥିଲା । ତାକୁ ନଫେରାଇଲେ ତୁମରି ଘର ଆଗରେ ବିଷ ପିଇ ଜୀବନ ହାରିବି । ମୋ ମରିବା ପାଇଁ ତମେ ସମସ୍ତେ ଦାୟୀ ରହିବ ’। ନିଜ ପ୍ରେମିକାକୁ ଫେରିପାଇବାକୁ ନେଇ ତା’ ଘର ସମ୍ମୁଖରେ ଧାରଣା ଦେଇଥିବା ଜଣେ ଯୁବକର କରୁଣ କାହାଣୀ ।

ସୂଚନା ଅନୁଯାୟୀ, ବାରୋ ଗ୍ରାମର ଯୁବକ ଅସିତ୍ ଦାସଙ୍କ କହିବା ଅନୁଯାୟୀ ସେ ନିଜ ପଡ଼ିଶା ଘର ପରିଡ଼ା ସାହିର ଜଣେ ଝିଅକୁ ଭଲ ପାଇଥିଲେ । ପରିବାରର ଅଗୋଚରରେ ସେମାନେ ଗତ ୨୦୧୯ ଡିସେମ୍ବର ମାସରେ ବିବାହ କରିଥିଲେ । ଉଭୟ କିଛି ଦିନ ଘରଛାଡ଼ି ସହରରେ ରହୁଥିବାବେଳେ ଯୁବତୀଙ୍କ ପରିବାର ଲୋକ ଉଭୟଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଘରକୁ ଫେରାଇ ଆଣିଥିଲେ । ଯୁବତୀଙ୍କ ପରିବାରରେ ବଡ଼ ଭଉଣୀ ଓ ଭାଇ ଥିବାରୁ ସେମାନଙ୍କ ବିବାହ ପରେ ଉଭୟଙ୍କୁ ବିବାହ କରାଇଦେବାକୁ ଯୁବତୀଙ୍କ ବାପା ସେତେବେଳେ କହିଥିଲେ ।

ତେବେ ଯୁବତୀ ଜଣକ ଘରକୁ ଫେରିବା ପରେ ପରିବାର ଲୋକ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ । ଏପରିକି ନିଜ ପରିବାର ଲୋକଙ୍କ ପ୍ରରୋଚନାରେ ଯୁବତୀ ଜଣକ ନିଜ ନିଷ୍ପତ୍ତି ବଦଳାଇଥିଲେ । ଏହି ପରିସ୍ଥିତିରେ ପ୍ରେମିକ ଅସିତ୍ ଯୁବତୀଙ୍କୁ ଭେଟିବାକୁ ଉଦ୍ୟମ କରିବାରୁ ତାଙ୍କୁ ପରିବାର ଲୋକ ଦୂରକୁ ପଠାଇ ଦେଇଥିଲେ । ତେବେ ଯୁବତୀଙ୍କ ବିବାହ ଅନ୍ୟତ୍ର କରିବାକୁ ପରିବାର ଲୋକ ଠିକ୍ କରିବା ପରେ ନିଜ ମୋବାଇଲରେ ଯୁବତୀଙ୍କ କିଛି ଅନ୍ତରଂଗ ଫଟୋ ରଖି ବୁଲୁଥିବା ଅସିତ୍ ଏହାକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ତେବେ ଯୁବତୀଙ୍କ ପରିବାର ଅସିତକୁ ଜୋର ଜବରଦସ୍ତ ଧରିନେଇ ମୋବାଇଲରୁ ଫଟୋ ଓ ଅନ୍ତରଂଗ ଭିଡିଓ ଡିଲିଟ କରିଦେଇଥିଲେ । ଏହାସହିତ ଯୁବତୀଙ୍କ ବାଟରୁ ଦୂରେଇ ନଗଲେ ମାରିଦେବାକୁ ଧମକ ଦେଇଥିବା ଅସିତ ଅଭିଯୋଗ କରିଛନ୍ତି ।

ତେବେ ଗତ ଦୁଇଦିନ ତଳେ ନିଜ ପ୍ରେମିକାର ବିବାହ ଅନ୍ୟତ୍ର ହେଉଥିବା ଖବର ପାଇ ଅସିତ ଏହାର ପ୍ରତିବାଦ କରିବା ସହିତ ପ୍ରେମିକାର ଘର ଆଗରେ ଧରଣାରେ ବସିଥିଲେ । ତାକୁ ନପାଇଲେ ଆତ୍ମହତ୍ୟା କରିବି ବୋଲି ଧମକ ଦେବା ସହିତ ବିଷ ବୋତଲ ହାତରେ ଧରି ଦେଖାଇଥିଲେ । ସାଧାରଣତ ବିଭିନ୍ନ ପ୍ରେମ ଜନିତ ଘଟଣାରେ ଯୁବତୀମାନେ ପ୍ରେମିକ ଦା୍ୱରା ପ୍ରତାରିତ ହେବାପରେ ବିବାହ ଦାବିକରି ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସୁଥିବା ଦେଖିବାକୁ ମିଳିଥାଏ । ମାତ୍ର କେନ୍ଦ୍ରାପଡା ଜିଲ୍ଲା ନିକରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମରେ ଏହାର ବିପରୀତ ଘଟଣା ଘଟିବାକୁ ନେଇ ସାଧାରଣରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏ ସମ୍ପର୍କରେ ପ୍ରେମିକା କିମ୍ବା ତାର ପରିବାରର ପ୍ରତିକ୍ରିୟା ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking