34.1 C
Bhubaneswar
Friday, March 29, 2024
Homeଅପରାଧପ୍ରମିକା ସହ ପ୍ରେମିକ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରମିକା ସହ ପ୍ରେମିକ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଭୁବନେଶ୍ୱର : ଡ୍ୟାନ୍ସ କାର୍ଯ୍ୟକ୍ରମରେ ଚିହ୍ନା । ତା’ପରେ ଏକାଠି ବୁଲିଲେ, ଖାଇଲେ । ପ୍ରମରେ ମଧ୍ୟ ଉଭୟ ପଡ଼ିଗଲେ । ତା’ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଲେ ଯୁବକ । ଶେଷର ପ୍ରତାରଣର ଶୀକାର ହେଲେ ଯୁବତୀ । ଏ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ପୁଲିସ । ଅଭିଯୁକ୍ତ ଯୁବକ ଛତିଶଗଡ଼ର ଏକ ଘରୋଇ କମ୍ପାନୀରେ କାମ କରୁଥିବା ପୁଲିସ ଜାଣିବାକୁ ପାଇଛି ।
ସୂଚନା ଅନୁଯାୟୀ, ଯୁବତୀଙ୍କ ଘର କଳାହାଣ୍ଡି ଜିଲ୍ଲାରେ । ସେ ଭୁବନେଶ୍ୱରରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରି ଗୁଜୁରାଣ ମେଣ୍ଟାନ୍ତି। ୨୦୧୭ରେ ଭଦ୍ରକର ଯୁବକ ଅଙ୍କିତଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଏହା ପରେ ଯୁବତୀଙ୍କର ଅଙ୍କିତଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେମାନେ ମଧ୍ୟ ଲିଭ୍‌ଇନ୍ ରିଲେସନ୍‌ସିପ୍‌ରେ ମଧ୍ୟ ରହିଥିଲେ । ୨୦୧୯ରେ ଅଙ୍କିତଙ୍କର ଛତିଶଗଡ଼ ରାୟପୁରରେ ଏକ କମ୍ପାନୀରେ ଚାକିରୀ ହୋଇଥିଲା । ଯୁବତୀଙ୍କୁ ପୁରୀରେ ବିବାହ କରିବେ ବୋଲି ଅଙ୍କିତ ପ୍ରତିଶୃତି ଦେଇଥିଲେ । ହେଲେ ବିବାହ ନକରିବାରୁ ଯୁବତୀ ଶେଷରେ ଥାନାର ଦ୍ୱାସ୍ଥ ହୋଇଛନ୍ତି । ଏ ନେଇ ପୁଲିସ ଏକ ମାଲା ରୁଜୁ କରି ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking