34.1 C
Bhubaneswar
Friday, March 29, 2024
Homeଅପରାଧବନ୍ଧୁ ପତ୍ନୀଙ୍କୁ ସହିତ ଯୁବକ ଏପରି କଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ....

ବନ୍ଧୁ ପତ୍ନୀଙ୍କୁ ସହିତ ଯୁବକ ଏପରି କଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….

ଭୁବନେଶ୍ୱର : ବନ୍ଧୁ ତ୍ପତ୍ନୀଙ୍କୁ ପ୍ରେମ ନିବେଦନ କରି ହତାସ ହେବା ପରେ ଜଣେ ଯୁବକ ଯେଉଁ ଚରମ ପଦକ୍ଷେପ ନେଲେ ତାହା ଜାଣିଲେ ଚକିତ ହୋଇଯିବେ ।
ଦିଲ୍ଲୀର ବିକି ନାମକ ଜଣେ ଯୁବକ ତାଙ୍କର ଜଣେ ବନ୍ଧୁ ରମେଶଙ୍କ ସହ ବେଶ୍ ଘନିଷ୍ଠତା ରହିଥିଲା । ରମେଶ ଏକ ଅପରାଧିକ ମାମଲାରେ ଜେଲ୍ ଯିବା ପରେ ବିକି ଏହି ସୁଯୋଗ ଦେଖି ରମେଶଙ୍କ ପତ୍ନୀଙ୍କ ସହ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ । ରମେଶଙ୍କ ପତ୍ନୀଙ୍କୁ ସେ ବାରମ୍ବାର ପ୍ରେମ ନିବେଦନ କରିଥିଲେ । କିନ୍ତୁ ରମେଶଙ୍କ ପତ୍ନୀ ଏଥିରେ ସହମତ ହୋଇନଥିଲେ । ଫଳରେ ବିକି ଚରମ ପଦକ୍ଷେପ ନେବାକୁ ନିଷ୍ପତି ନେଲେ । ନିଜକୁ ନିଜେ ଗୁଳି ଚଳାଇଲେ ।
ଶୁକ୍ରବାର ସକାଳେ ଦିଲ୍ଲୀର ଜୟନ୍ତୀ ବିହାର ଅଞ୍ଚଳରୁ ଏକ ଫୋନ୍ କଲ୍ ପାଇଥିଲେ । ଏଥିରେ ଜଣେ ବ୍ୟକ୍ତି ନିଜେ ଛାତିକୁ ଗୁଳି କରିଥିବା ନେଇ କୁହାଯାଇଥିଲା । ପୁଲିସ ଖବର ପାଇ ଆସି ପହଂଚିଲାବେଳକୁ ଦେଖିଥିଲା ବିକି ନାମକ ଜଣେ ବ୍ୟକ୍ତି ନିଜ ଛାତିକୁ ଗୁଳି କରିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ହେଲ୍ପଲାଇନ୍‌କୁ ଯେଉଁ ଫୋନ୍‌୍ କଳ୍ ଆସିଥିଲା ସେଥିରେଞ୍ଚଜଣେ ମହିଳା ତାଙ୍କୁ ଜଣେ ବ୍ୟକ୍ତି ବନ୍ଧୁକ ଲଗାଇ ଧମକ ଦେଉଛନ୍ତି । ପୁଲିସ ଅନୁସନ୍ଧାନ ସମୟରେ ଜାଣିବାକୁ ପାଇଲେ ୨୭ବର୍ଷୀୟ ବିକି ମହିଳାଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିଲେ । ତାଙ୍କୁ ପ୍ରେମ ନିବଦେନ କରିଥିଲେ । କିନ୍ତୁ ସେ ରାଜି ହୋଇ ନଥିଲେ । ତାଙ୍କୁ ଡ଼ରେଇବା ପାଇଁ ବିକି ନିଜ ଉପରକୁ ଗୁଳି ଚାଳାଇଥିଲେ ।
ପୁଲିସ କହିବା ଅନୁସାରେ, ରମଶେ ଅପରାଧିକ ମାମଲାରେ ଜେଲ୍ ଯିବା ପରେ ତାଙ୍କ ପତ୍ନୀଙ୍କ ସହ ଘନିଷ୍ଠତା ବଢ଼ାଇବା ପାଇଁ ବିକି ଉଦ୍ୟମ କରିଥିଲେ । ରମେଶଙ୍କ ପତ୍ନୀ ସ୍ୱର୍ଣ୍ଣଜୟନ୍ତୀ ବିହାରରେ ରହୁଥିବା ତାଙ୍କ ପିତାମାତାଙ୍କ ପାଖରେ ଆସି ରହିଲେ । ଏହି ସମୟ ଭିତରେ ସେଠାକୁ ବିକି ଯିବା ଆସିବା କରୁଥିଲେ । ଏହି ଆସିବା ଯିବା ଭିତରେ ରମେଶଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିବା ପାଇଁ ବିକି ଉଦ୍ୟମ କରିଥିଲେ । ତାଙ୍କୁ ବହୁତ ଥର ପ୍ରେମ ନିବେଦନ କରିଥିଲେ । କିନ୍ତୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ବିକି ରାଗି ଯାଇ ନିଜ ଛାତିକୁ ଗୁଳି କରିଥିଲେ । ଏବେ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।
ଏହି ଘଟଣାରରେ ପୁଲିସ ବିକି ବିରୁଦ୍ଧରେ ମାମଲା ରୁଜୁ କରିଛି । ସେ ବ୍ୟବହାର କରୁଥିବା ବନ୍ଧୁକ ଲାଇସେନ୍ସ ପ୍ରାପ୍ତ କି ନୁହେଁ ତାହା ପୁଲିସ ଯାଂଚ କରୁଛି । ବିକିର ଘର ଦିଲ୍ଲୀର କୋଟଲା ମୁବାରକପୁର ଅଂଚଳର ବୋଲି ଦର୍ଶାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking