28.1 C
Bhubaneswar
Wednesday, April 24, 2024
Homeଅପରାଧଫେସ୍‌ବୁକ୍‌ରେ ଏକତରଫା ପ୍ରେମ: ଯୁବତୀଙ୍କ ଘରେ ପହଞ୍ଚି ହାତ କାଟିଲେ ଯୁବକ

ଫେସ୍‌ବୁକ୍‌ରେ ଏକତରଫା ପ୍ରେମ: ଯୁବତୀଙ୍କ ଘରେ ପହଞ୍ଚି ହାତ କାଟିଲେ ଯୁବକ

ସାଲେପୁର: ଜନୈକ ଯୁବକ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ଜଣେ ଯୁବତୀଙ୍କ ସହ ସମ୍ପର୍କ ସୃଷ୍ଟି କରି ବିବାହ ପାଇଁ ଜିଦ୍ ଧରିବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଏପରିକି ଯୁବକ ଜଣଙ୍କ ଯୁବତୀଙ୍କ ଘରେ ପହଞ୍ôଚ ପ୍ରେମ ନିବେଦନ କରିବା ସହ ନିଜ ହାତକୁ କାଟି ରକ୍ତାକ୍ତ ହୋଇଛନ୍ତି । ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ସଂପୃକ୍ତ ଯୁବକ ଯୁବତୀକୁ ଟଣା ଓଟରା କରିବା ସହ ଡ୍ରେସ୍ ଚିରିଦେଇଥିବା ଯୁବତୀଙ୍କ ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ସଂପୃକ୍ତ ଯୁବକକୁ ସାଲେପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପୁଲିସ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଦୀପକ କୁମାର ପଲାଇ ନାମକ ଜଣେ ଯୁବକ ସାଲେପୁର ଥାନା ଅଧୀନ ଜପକୁଦ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ସହ ଫେସ୍‌ବୁକ୍ ମାଧ୍ୟମରେ ପରିଚିତ ହୋଇଥିଲେ । ହଠାତ୍ ଗତକାଲି ଦିନ ପ୍ରାୟ ଗୋଟାଏବେଳେ ଯୁବତୀଙ୍କ ଘରେ ପହଞ୍ôଚ ଘରେ କେହି ନଥିବାର ସୁଯୋଗ ନେଇ ଯୁବତୀ ଜଣକୁ ପ୍ରେମ ନିବେଦନ କରିଥିଲେ ।

ଯୁବତୀ ଜଣକ ଏଥିରେ ରାଜି ନହେବାରୁ ଦୀପକ ନିଜ ହାତକୁ କାଟି ଯୁବତୀ ଜଣକୁ ବିବାହ ହେବାପାଇଁ ଜିଦ୍ କରିଥିଲେ । ଏଫରିକି ଟଣା ଓଟରା କରିଥିଲେ । ଏ ନେଇ ଯୁବତୀ ଜଣକ ସାଲେପୁର ଥାନାରେ ଅଭିଯୋଗ କଲାପରେ ସାଲେପୁର ପୁଲିସ ଏକ ମାମଲା ରୁଜୁ କରି ଦୀପକକୁ ଆଜି କୋର୍ଟଚାଲାଣ କରିଥିବା ସାଲେପୁର ଆଇଆଇସି ସୁପ୍ରସନ୍ନ ମଲ୍ଲିକ ପ୍ରକାଶ କରିଛନ୍ତି । ଏହି ଘଟଣା ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking