30.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରେମିକାକୁ ଦେଖା କରିବାକୁ ଆସି ଛେଚ୍ଚା ଖାଇଲା ପ୍ରେମିକ

ପ୍ରେମିକାକୁ ଦେଖା କରିବାକୁ ଆସି ଛେଚ୍ଚା ଖାଇଲା ପ୍ରେମିକ

ଯାଜପୁର : ପ୍ରେମିକାଙ୍କୁ ଦେଖା କରିବାକୁ ଆସିଥିବା ପ୍ରେମିକ ଓ ତାର ଜଣେ ସହଯୋଗୀକୁ ସ୍ଥାନୀୟ ଲୋକେ କାବୁକରି ପୋଲିସକୁ ହନ୍ତାନ୍ତର କରିଛନ୍ତି । ପୋଲିସ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଳକ ତଥା ମଙ୍ଗଳପୁର ଥାନା ଅଧୀନ କନିକାପଡା ପଞ୍ଚାୟତ ମାନ୍ସିଂହ ପାଟଣା ଗ୍ରାମରେ । ସୂଚନାନୁଯାୟୀ, ବିଞ୍ଝାରପୁର ଥାନା ସହିଦ୍ପୁର ଗ୍ରାମର ଜଣେ ଯୁବକ ଉକ୍ତ ଗ୍ରାମର ଜୈନିକା ଯୁବତୀଙ୍କୁ ପ୍ରେମ କରିଆସୁଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଥିବା ଏହି ପ୍ରେମ ସମ୍ପର୍କ ଛିନ୍ନ ହୋଇଥିଲା । ସମ୍ପୃକ୍ତ ଯୁବତୀ ଦୁଇ ଦିନ ପୂର୍ବେ ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା କନିକାପଡା ପଞ୍ଚାୟତ ମାନସିଂହପାଟଣା ଗ୍ରାମରେ ଥିବା ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲେ । ଯୁବତୀ ମାନସିଂହପାଟଣାରେ ଥିବା ଜାଣିବାକୁ ପାଇ ସମ୍ପୃକ୍ତ ଯୁବକ ମଙ୍ଗଳବାର ଅପରାହ୍ନରେ ତାଙ୍କର ଜଣେ ସହଯୋଗୀ ଯୁବକଙ୍କୁ ସାଙ୍ଗରେ ନେଇ ମାନ୍ସିଂହପାଟଣା ଗ୍ରାମକୁ ଆସିଥିବା ବେଳେ ଯୁବତୀଙ୍କ ବନ୍ଧୁ ଓ ପରିବାର ଲୋକଙ୍କ ହାବୁଡରେ ପଡିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଗ୍ରାମବାସୀ ଦୁଇ ଯୁବକଙ୍କୁ ଅଟକରଖି ମାରଧର କରି ମଙ୍ଗଳପୁର ପୋଲିସକୁ ଜିମା ଦେଇଥିଲେ । ମଙ୍ଗଳପୁର ପୋଲିସ ଦୁଇ ଯୁବକଙ୍କୁ ଥାନାରେ ଅଟକରଖି ଘଟଣାର ତଦନ୍ତ ଜାରିରଖିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking