34.1 C
Bhubaneswar
Friday, March 29, 2024
Homeଓଡିଶାପ୍ରେମିକ ପାଇଁ ପ୍ରେମିକା ପିଇଲା ବିଷ ଆଉ ତା’ ପରେ....

ପ୍ରେମିକ ପାଇଁ ପ୍ରେମିକା ପିଇଲା ବିଷ ଆଉ ତା’ ପରେ….

ଭୁବନେଶ୍ୱର : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନସ୍ଥ ବାଲିପାଟଣା ଥାନା ପରିସରରେ ଜଣେ ଯୁବତୀ ବିଷ ପିଇ ଗୁରତର ହୋଇଛନ୍ତି । ଏହି ଯୁବତୀ ଜଣଙ୍କ ହେଲେ ସୋମଣା ଶାସନ ଗ୍ରାମର ବିଚିତ୍ରାନନ୍ଦ ବେହେରାଙ୍କ ଝିଅ ରୀତା ବେହେରା (୨୪) । ପ୍ରେମିକର ବିବାହ ଖବର ଶୁଣି ଯୁବତୀଜଣଙ୍କ ଏପରି କାଣ୍ଡ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,  ସୋମାଣା ଶାସନ ଗ୍ରାମର କୈଳାସ ବେହେରାଙ୍କ ପାଳିତ ପୁଅ ଗୋପାଳ ବେହେରା ( ୪୦ ) ଏବଂ ରୀତାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ସେଥିପାଇଁ ଉଭୟଙ୍କ ମଧ୍ୟରେ ଅନେକ ଥର ବିବାଦ ମଧ୍ୟ ଦେଖାଯାଇଥିଲା । ଗୋପାଳ ଝିଅ ସହିତ ବହୁବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ନେଇ ରୀତାଙ୍କ ମା ସୁଷମା ବେହେରା କହିଛନ୍ତି । ଆଜି ଗୋପାଳର ଅନ୍ୟତ୍ର ବିବାହ ହେଉଥିବା କୌଣସି ସୂତ୍ରରୁ ଶୁଣିବାକୁ ପାଇଥିଲେ ରୀନା । ଆଜି ସକାଳୁ ସକାଳୁ ବାପା ମାଙ୍କ ସହ ରୀତା ଥାନାକୁ ଆସିଥିଲେ । ଆଉ ଏହି ସମୟରେ ପାଖରେ ଲୁଚେଇ ରଖିଥିବା ବିଷ ବୋତଲ କାଢ଼ି ପିଇଦେଇଥିଲେ ରିତା । ପୁଲିସ ରୀତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking