34.1 C
Bhubaneswar
Thursday, April 25, 2024
Homeଅପରାଧପ୍ରତାରଣା କରି ବନ୍ଧା ହେଲା ପ୍ରେମିକ

ପ୍ରତାରଣା କରି ବନ୍ଧା ହେଲା ପ୍ରେମିକ

ଭଦ୍ରକ : ଲଭ,ସେକ୍ସ,ଧୋକା ଏଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । କେତେବେଳେ ପ୍ରେମିକ ତା’ର ପ୍ରେମିକାକୁ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଦେଖାଇ ବ୍ଲାକମେଲ କରୁଛି ତ କେବେ ଅଶ୍ଳୀଳ ଭିଡିଓ ଭାଇରାଲ କରିବାର ଧମକ ମଧ୍ୟ ଦେଉଛି । ତେବେ ଏଭଳି ଏକ ଘଟଣା ଭଦ୍ରକରେ ଦେଖିବାକୁ ମିଳିଛି । ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ ।
ସୂଚନା ଅନୁସାରେ, ୪ ବର୍ଷ ଧରି ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା ଅସୁରା ଗାଁର ପ୍ରମୋଦ ଲେଙ୍କା । ଗତ ୫ ଡିସେମ୍ବରେ କୋର୍ଟରେ ବିବାହ କରିବାକୁ କହି ଯୁବତୀଙ୍କୁ ଆଣିଥିଲା । କିନ୍ତୁ ବିବାହ ନକରି ଯୁବତୀଙ୍କୁ ସଂପର୍କୀୟଙ୍କ ଘରେ ଛାଡି କେଉଁ ଆଡେ ଚାଲିଯାଇଥିଲେ । ପରେ ବିବାହ କରିବାକୁ ୧୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଦେଲେ ବିବାହ କରିବ ବୋଲି କହିଥିଲା । ଏକଥା କାହାକୁ କହିଲେ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲା ପ୍ରମୋଦ । ଏନେଇ ଯୁବତୀ ଜଣକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରମୋଦକୁ ଗିରଫ କରିଛି । ଯୁବତୀଙ୍କ ଅଭିଯୋଗ କ୍ରମେ ପ୍ରେମିକକୁ ଗିରଫ କରିଛି ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking